26.1 C
Bhubaneswar
Wednesday, February 11, 2026
Homeଅପରାଧଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଅଟକ

ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଅଟକ

ଭୁବନେଶ୍ୱର : ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଅଟକଭୁବନେଶ୍ଵର : ରାଜଧାନୀରେ ଲଜ୍ଜା। ଘରୁ ଲୁଟ୍ କରିବାକୁ ଆସିଲେ, ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି। ଆପାର୍ଟମେଣ୍ଟରେ ପଶିଲେ , ଚୋରୀ ବି କଲେ ଆଉ ଶେଷରେ ଏଭଳି ଲଜ୍ଜାଜନକ ଘଟଣା ବି ଘଟାଇଛନ୍ତି ଅଭିଯୁକ୍ତ। ଗତ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ମୈତ୍ରୀ ବିହାର ଅଞ୍ଚଳରେ ଏହି ଅଘଟଣ ଘଟିଛି। ପ୍ରଥମେ ଚୋରୀ କରିବାକୁ କିଛି ଦୁର୍ବୁତ୍ତ ଆପାର୍ଟମେଣ୍ଟ ଭିତରକୁ ପଶିଥିଲେ। ଆଉ ତାପରେ ଆପାର୍ଟମେଣ୍ଟରେ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଛୋଟ ଝିଅ ସହ ଘରେ ଥିଲେ। ଆଉ କେହି ଘରେ ନଥିଲେ। ଏ ନେଇ ସମ୍ପୃକ୍ତ ମହିଳାଙ୍କର ଅଭିଯୋଗ ପରେ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୁଲିସ୍ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି। ପୁଲିସ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking