25.1 C
Bhubaneswar
Monday, February 23, 2026
Homeଓଡିଶାଦୁଇ କାର ମୁହାଁମୁହିଁ, ୧ ମୃତ

ଦୁଇ କାର ମୁହାଁମୁହିଁ, ୧ ମୃତ

କେନ୍ଦ୍ରାପଡ଼ା: ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନାମିଳିଛି। ମୃତବ୍ୟକ୍ତି ଜଣଙ୍କ ହେଲେ କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ ଦୁତିଆଳ ଗ୍ରାମର ଶାରଦା ପ୍ରସନ୍ନ ରାଉତ(୬୦)। ଶାରଦା ଏବେ ପାରାଦୀପ ଟ୍ରକ୍ ମାଲିକ ସଙ୍ଘର ସଦସ୍ୟ ଅଛନ୍ତି। ସେହିପରି ଗୁରୁତର ଦ୍ୱୟ ହେଲେ କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ ନରଣପୁର ଗ୍ରାମର ସରସ୍ୱତୀ ସେଠୀ(୭୦) ଓ ତାଙ୍କ ପୁଅ ଶ୍ରୀକାନ୍ତ ସେଠୀ(୫୧)। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାରୁ ଏକ କାର୍‌ଯୋଗେ ଶାରଦା କଟକ ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଅନ୍ୟ ଏକ କାର୍‌ରେ ସରସ୍ୱତୀ ସେଠୀ ଓ ତାଙ୍କ ପୁଅ ଶ୍ରୀକାନ୍ତ କେନ୍ଦ୍ରାପଡ଼ାକୁ ଆସୁଥିଲେ। ସାଲେପୁର ନିକଟସ୍ଥ ନାଳିଆମୁହଁ ନିକଟରେ ଉଭୟ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଗାଡ଼ିରେଥିବା ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଶାରଦାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନାମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking