ସୁନ୍ଦରଗଡ: ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଦୁଇ ଭାଇ । ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ହେମଗିରି ଅନ୍ତର୍ଗତ ଝପୁରୁଙ୍ଗାରେ ଘଟିଛି । ଗତକାଲି ଗାଧୋଇବାକୁ ଯାଇ ୨ ଭାଇ ନିଖୋଜ ଥିଲେ । ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ । ସାଙ୍ଗେସାଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ପହଞ୍ଚି ଖୋଜା ଖୋଜି କରିଥିଲେ । ବହୁ ଖୋଜା ଖୋଜି ପରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










