28.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶକେନାଲରୁ ୨ ମୃତଦେହ ଉଦ୍ଧାର

କେନାଲରୁ ୨ ମୃତଦେହ ଉଦ୍ଧାର

ମିର୍ଜାପୁର: କେନାଲରୁ ୨ ମୃତଦେହ ଉଦ୍ଧାର। ମା’-ପୁଅଙ୍କୁ ହାଣି ହତ୍ୟା କରି କେନାଳରେ ଫିଙ୍ଗିଦେଇଥିବା ସୂଚନା ମିଳିଛିମୃତକଙ୍କୁ ସ୍ୱର୍ଗତ ପ୍ରେମଚାନ୍ଦ ଗୁପ୍ତାଙ୍କ ପୁଅ ଆୟୁଷ ଗୁପ୍ତା (୩୨) ଏବଂ ତାଙ୍କ  ମା’ ଉଷା ଗୁପ୍ତା (୬୨) ବୋଲି ଚିହ୍ନଟ କରାଯାଇଛିସୂଚନା ଅନୁସାରେ, ଉତ୍ତରପ୍ରଦେଶର ମିର୍ଜାପୁର ଥାନାଠାରୁ ପ୍ରାୟ ତିନିଶହ ମିଟର ଦୂରରେ ଥିବା ମାଡିହାନ ଥାନା ଅଞ୍ଚଳର ବଜାରରେ ସୋମବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଆୟୁଷ ତାଙ୍କ  ମା’ ଉଷା ସେମାନଙ୍କ ଘର ବାରଣ୍ଡାରେ ଶୋଇଥିଲେ। ମଧ୍ୟରାତ୍ରିରେ ଉଭୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଛେଚି ହତ୍ୟା କରାଯାଇଥିଲା। ପରେ ମୃତଦେହଗୁଡ଼ିକୁ ନେଇ ପ୍ରାୟ ଦୁଇଶହ ମିଟର ଦୂରରେ ଏକ କେନାଲରେ ଫିଙ୍ଗି ଦିଆଯାଇଥିଲା। ସକାଳ ପ୍ରାୟ ଚାରିଟା ବେଳେ ବଜାରରେ ଥିବା ଲୋକମାନେ କେନାଲ ପାଖରେ ଏବଂ ରାସ୍ତାରେ ରକ୍ତ ପଡ଼ିଥିବା ଦେଖିଥିଲେ। ପୋଲିସ କେନାଲରେ ପହଞ୍ଚି ଉଷାଙ୍କ ମୃତଦେହ ପାଣିରେ ପାଇଲା। ସେମାନେ ତାଙ୍କୁ ବାହାର କଲେ। ତଥାପି, ଆୟୁଷଙ୍କ ମୃତଦେହ ଏପର୍ଯ୍ୟନ୍ତ ମିଳିନାହିଁ। ତାଙ୍କୁ ଖୋଜାଖୋଜି ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking