ଭୁବନେଶ୍ୱର: ବଜାରରେ ବର୍ଷ ଶେଷରେ ଚମିକିଲା ରୁପା ଦର । କିଲୋ ପିଛା ଦର ଅଢେଇ ଲକ୍ଷ ଟଙ୍କା ଟପିଲା। ଭୁବନେଶ୍ୱରରେ ରୁପା କିଲୋ ୨ ଲକ୍ଷ ୫୪ ହଜାର। ଶୁକ୍ରବାର ଗୋଟିଏ ଦିନରେ ୯୦୦୦ ଟଙ୍କା ବୃଦ୍ଧି ପାଇଛି। ଗତ ୫ ଦିନରେ ରୁପା କେଜି ଦାମ ୨୮ ହଜାର ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ରୁପା ମହଙ୍ଗା ହେଉଛି। ରୁପାର ଆଉନ୍ସ ପିଛା ଦର ୭୫ ଡଲାରକୁ ଛୁଇଁଛି। ଏହାର ପ୍ରଭାବରେ ସ୍ଥାନୀୟ ବଜାରରେ ଆକାଶଛୁଆଁ ଦର। ଇଲେକ୍ଟ୍ରି ଯାନ ଓ ସୋଲାରରେ ରୁପାର ବହୁଳ ବ୍ୟବହାର ହୁଏ। ଏହା ଆକାଶଛୁଆଁ ଦରବୃଦ୍ଧିର ଅନ୍ୟତମ କାରଣ। ଅନ୍ୟପକ୍ଷରେ ସୁନା ତୁଳନାରେ ଏହା ଅଧିକ ରିଟର୍ଣ୍ଣ ଦେଉଥିବାରୁ ନିବେଶକଙ୍କ ଲାଗି ମଧ୍ୟ ଏହା ବେଶ ଆକର୍ଷଣୀୟ ହୋଇଛି। ରୁପା ଭଳି ସୁନା ବି ମହଙ୍ଗା ହେଉଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୦୦ ଟଙ୍କା ବୃଦ୍ଧି ପାଇ ୧,୨୮,୩୫୦ ଟଙ୍କା ହୋଇଛି। ସେହିପରି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୭୦ ଟଙ୍କା ବୃଦ୍ଧି ପାଇ ୧,୪୦,୦୨୦ ଟଙ୍କା ହୋଇଛି। ଚଳିତ ସପ୍ତାହର ପ୍ରଥମ ପାଞ୍ଚ ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ୫୩୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦାମ୍ ୫୮୪୦ ଟଙ୍କା ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୫୦୦ ଡଲାର ଉପରକୁ ଯାଇଛି। ଆଗାମୀ ଦିନରେ ତାହାର ମୂଲ୍ୟ ୪୮୯୦ ଡଲାରକୁ ବଢ଼ିବା ଆଶଙ୍କା ରହିଛି।










