ଭୁବନେଶ୍ୱର: ଅମାନିଆ ହେଉଛନ୍ତି ଟ୍ୱିନ ସିଟିର ଗାଡି ଚାଳକ । ବିଧାୟକଙ୍କ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି , କଟକ, ଭୁବନେଶ୍ୱରରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ ଅଧିକ । ୩ ବର୍ଶରେ ନିୟମ ଭାଙ୍ଗିଛନ୍ତି ୭ ଲକ୍ଷ ୭୦ ହଜାର ୯୯୨ ଜଣ । ୭୬ କୋଟି ୯୪ ଲକ୍ଷ ୨୧ ହଜାର ୯୫୦ ଟଙ୍କା ଜରିମାନା ଆଦାୟ କରିଛନ୍ତି । ୩ ବର୍ଷରେ ମଦ୍ୟପାନ କରି ନିୟମ ଭାଙ୍ଗିଛନ୍ତି ୮୮ ହଜାର ୨୪୬ ଜଣ । ୪୪ କୋଟି ୮୫ ଲକ୍ଷ ୪ ହଜାର ୮ ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି । ମଦ୍ୟପାନ କରି ଗାଡି ଚାଳନା ମାମଲା ୧୬୩୦ ଟି କରାଯାଇଛି ।










