17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶତୁଟିଲା ମହାୟୁତି ମେଣ୍ଟର ଆସନ ବୁଝାମଣା; ବିଜେପି ୧୪୮, ଶିବସେନା ୮୫ ଓ ଏନ୍‌ସିପିକୁ ୫୧...

ତୁଟିଲା ମହାୟୁତି ମେଣ୍ଟର ଆସନ ବୁଝାମଣା; ବିଜେପି ୧୪୮, ଶିବସେନା ୮୫ ଓ ଏନ୍‌ସିପିକୁ ୫୧ ଆସନ

ମୁମ୍ବାଇ: ଗୋଟିଏ ପଟେ ନାମାଙ୍କନ ପ୍ରକ୍ରିୟା ଜାରି ରହିଥିବା ବେଳେ ମହାରାଷ୍ଟ୍ରରେ କ୍ଷମତାସୀନ ମହାୟୁତି ମେଣ୍ଟ ନିଜ ଅଂଶୀଦାର ଦଳଙ୍କ ମଧ୍ୟରେ ଆସନ ବୁଝାମଣା କରିବାରେ ସଫଳ ହୋଇଛି। ଦଳଗତ ବୁଝାମଣା ଅନୁଯାୟୀ ବିଜେପି ୧୪୮ ଟି ଆସନରେ ଲଢିବ। ସେହିପରି ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୮୫ ଓ ଅଜିତ୍ ପୱାରଙ୍କ ଦଳ ଏନ୍‌ସିପି ୫୧ ଆସନରେ ଲଢିବା ନିର୍ଦ୍ଧାରିତ ହୋଇଛି।
ପ୍ରକାଶ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ଅର୍ଥାତ୍ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିଲା। ଶେଷ ତାରିଖ ହୋଇଥିବାରୁ ଦଳ ପକ୍ଷରୁ ଟିକଟ ମିଳିନଥିବା ପ୍ରାର୍ଥୀମାନେ ମଧ୍ୟ ମନୋନୟନ ପତ୍ର ଦାଖଲ କରିବା ଦେଖିବାକୁ ମିଳିଥିଲା।
ତେବେ ଆସନ ବଣ୍ଟନ ମହାଯୁତିର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ପ୍ରକାଶ, ବିଜେପି ପ୍ରଥମେ ୯୯, ପରେ ୨୨, ପରେ ୨୫ ଓ ଶେଷରେ ୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ଶିବସେନା ଲଢୁଥିବା ମୋଟ ୯୯ଟି ଆସନ ମଧ୍ୟରୁ ପ୍ରଥମେ ୪୫, ପରେ ୨୦, ପରେ ୧୩ ଓ ଶେଷରେ ୭ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ଏନସିପି ଦଳ ପ୍ରଥମେ ୩୮ଟି, ପରେ ୭ଟି, ପରେ ୪ଟି ଓ ଶେଷରେ ୨ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଏହାବ୍ୟତୀତ ମହାୟୁତି ଅନ୍ୟ ସହଯୋଗୀ ଦଳକୁ ୪ଟି ଆସନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ମହାୟୁତି ସମସ୍ତ ୨୮୮ ଆସନକୁ ସଫଳତାର ସହ ଭାଗବଣ୍ଟା କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking