29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଭୂକମ୍ପ ଝଟ୍‌କାରେ ପୁଣି ଥରିଲା ତୁର୍କୀ

ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ତୁର୍କୀ

ନୂଆଦିଲ୍ଲୀ: ତୁର୍କୀରେ ପୁଣିଥରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ପୂର୍ବ ତୁର୍କୀ ଏବଂ ସିରିୟା ଭୂକମ୍ପ ଝଟ୍‌କାରେ ଥରି ଉଠିଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି । ଏବେ ସୁଦ୍ଧା ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ । ସ୍ଥାନୀୟ ସମୟାନୁସାରେ ସକାଳ ୧୦.୪୬ରେ ମଲତ୍ୟା ପ୍ରଦେଶର କାଲେରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନେଇ ସରକାରୀ ବିପର୍ଯ୍ୟୟ ପରିଚାଳନା ପ୍ରେସିଡେନ୍ସି (ଏଏଫଏଡି) ପକ୍ଷରୁ ସୂଚନା ଦିଆଯାଇଛି ।

ଭୂକମ୍ପର ପ୍ରଭାବ ଦିୟାରବାକିର, ଏଲାଜିକ୍‌, ଏର୍ଜିନକାନ ଏବଂ ଟନସେଲିରେ ପଡ଼ିଛି । ସେପଟେ ଭୟଙ୍କର ଭୂକମ୍ପ ଅନୁଭୂତ ହେବା ପରେ ଦେଶରେ ଭୟର ବାତାବରଣ ଖେଳିଯାଇଛି । ଲୋକେ ଭୟରେ ଘର ବାହାରକୁ ଚାଲିଆସିଛନ୍ତି । ଅନେକ ଲୋକ ଏବେ ବି ଘର ଭିତରକୁ ଯିବାକୁ ପ୍ରସ୍ତୁତ ନଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବରରୁ ଜଣାପଡ଼ିଛି । ଏଲାଜିକରେ ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଫେବୃଆରୀ ୨୦୨୩ରେ ଆସିଥିବା ଭୟଙ୍କର ଭୂମିକମ୍ପ ଏବଂ ପରବର୍ତ୍ତୀ ଝଟକାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ୧୧ଟି ପ୍ରଦେଶ ମଧ୍ୟରେ ମଲତ୍ୟା ଥିଲା । ଗତବର୍ଷ ତୁର୍କୀ ଏବଂ ସିରିୟାକୁ ଛାରଖାର କରିଦେଇଥିବା ଭୂମିକମ୍ପ ପ୍ରଭାବରେ ୫୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking