24.1 C
Bhubaneswar
Saturday, March 28, 2026
Homeଓଡିଶାବାଳକର ପାଦ ତଳେ ତୁଳସୀ : ଭାଇରାଲ ହେଲା ଫଟୋ

ବାଳକର ପାଦ ତଳେ ତୁଳସୀ : ଭାଇରାଲ ହେଲା ଫଟୋ

ଭୁବନେଶ୍ୱର : ଭଲ ସାର୍ଟ ପିନ୍ଧି ଚୌକିରେ ବସିଥିବା ବାଳକକୁ ଦିଆଯାଉଛି ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା। ଏଥପାଇଁ ତାଙ୍କ ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି କରାଯାଉଛି। ଏଭଳି କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।ଏପରି ଅଭିଯୋଗ ଆଣି ଥାନାରେ ଫେରାଦ ହୋଇଛନ୍ତି ରାଜ୍ୟ ସମାଜସେବୀ ମହାସଂଘର କର୍ମକର୍ତ୍ତା। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳରେ। ତେବେ ଭାଇରାଲ ହେଉଥିବା ଫଟୋଟି କେବେକାର ତାହା ଜଣାପଡ଼ି ନାହିଁ।
ଫଟୋରେ ପୂଜା କରାଯାଉଥିବା ପିଲାଟି ଭାଷ୍ୟକାର କାଶିନାଥ ମିଶ୍ରଙ୍କ ପୁଅ ବୋଲି ଜଣାଯାଇଛି। ସେ ନିଜ ପୁଅକୁ ଭଗବାନ ଅନନ୍ତ ମାଧବ ବୋଲି ଆଖ୍ୟା ଦେଇଛନ୍ତି। ଏଥିସହ ବାଳକର ବେକରେ ଫୁଲ ମାଳ ଓ ପାଦ ତଳେ ତୁଳସୀ ଦିଆଯାଇ ପୂଜାର୍ଚ୍ଚନା କରାଯାଉଥିବା ଅଭିଯୋଗ ହୋଇଛି। ପାଦ ତଳେ ତୁଳସୀ ଓ ବେକରେ ଫୁଲ ମାଳ ପକାଇ ପିଲାଟି ବସିଥିବାର ଏକାଧିକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।  ଏହି ଘଟଣାକୁ ନେଇ ଗତକାଲି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ରାଜ୍ୟ ସମାଜସେବୀ ମହାସଂଘର କର୍ମକର୍ତ୍ତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking