ଯାଜପୁର : ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଏହା ସହିତ ଟାଉନ ଥାନାରେ ଘେରାଉ ହୋଇଛି । ଏବଂ ହାଟ ବିବାଦକୁ ନେଇ ଡିଜିପି କହିଛନ୍ତି , କ୍ରାଇମବ୍ରାଞ୍ଚ ପକ୍ଷରୁ ୩ଟି ମାମଲା ରୁଜୁ କରାଯାଇଛି । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାରେ ପୂରା ଛାନଭିନ ପାଇଁ କ୍ରାଇବ୍ରାଞ୍ଚରେ ତଦନ୍ତ ଭାର ଦିଆଯାଉଛି । ଏଡିଜି,ଡିଏସପିଙ୍କ ନେତୃତ୍ୱରେ ୩ଟି ଟିମ ଘଟଣାରେ ତଦନ୍ତ ଆରମ୍ଭ କରୁଛି । ଖୁବଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ପୋଲିସ ଡିଜି କହିଛନ୍ତି । ଯାଜପୁର ଅନ୍ତର୍ଗତ ବୁଢାବିଶ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲା । ବିରଜା ହାଟରେ ବିବାଦ ମାମଲାରେ ପୋଲିସ ଏବେ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରିଛି । ଶତାଧିକ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ୪ଟି ସ୍ପେଶାଲ ଟିମ ଗଠନ କରି ବିଭିନ୍ନା ସ୍ଥାନରେ ଚଢାଉ କରିଛି । ଏଭଳି ସମୟରେ ରାଜ୍ୟ ସରକାର ବିଧାୟକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ କୁ ଦେଇଛନ୍ତି । ଅନ୍ୟପଟେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ମଧ୍ୟ ଯାଜପୁର ଗସ୍ତ କରିଛନ୍ତି ।