27.1 C
Bhubaneswar
Monday, May 5, 2025
Homeଦେଶ ବିଦେଶରୁଷିଆ-ୟୁକ୍ରେନକୁ ଟ୍ରମ୍ପ୍‌ଙ୍କ ଅଲ୍ଟିମେଟମ୍‌; କିଛି ସପ୍ତାହ ମଧ୍ୟରେ ଚୁକ୍ତି ନହେଲେ ପଛକୁ ହଟିବାକୁ ବାଧ୍ୟହେବେ

ରୁଷିଆ-ୟୁକ୍ରେନକୁ ଟ୍ରମ୍ପ୍‌ଙ୍କ ଅଲ୍ଟିମେଟମ୍‌; କିଛି ସପ୍ତାହ ମଧ୍ୟରେ ଚୁକ୍ତି ନହେଲେ ପଛକୁ ହଟିବାକୁ ବାଧ୍ୟହେବେ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ଶପଥ ନେବା ପରଠାରୁ ରୁଷ୍‌-ୟୁକ୍ରେନ୍ ଯୁଦ୍ଧକୁ ଶେଷ କରିବା ଦିଗରେ ପ୍ରୟାସ କରିଆସୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ଦେଶ ନିଜନିଜ ଜିଦ୍‌ରେ ଅଟଳ ରହିବା କାରଣରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ନେଇ କୌଣସି ଚୁକ୍ତି ସ୍ୱାକ୍ଷରିତ ହେବା ତ ଦୂରର କଥା ଏଦିଗରେ ସାମାନ୍ୟ ଅଗ୍ରଗତି ମଧ୍ୟ ଦେଖିବାକୁ ମିଳିନାହିଁ। ଓଲଟା ରୁଷ୍ ଏବେ ବି ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ୍ ମଧ୍ୟ ନିଜ ସାମର୍ଥ୍ୟ ମୁତାବକ ମଝିରେ ମଝିରେ ରୁଷ୍ ଉପରେ ଡ୍ରୋନ୍ ଆକ୍ରମଣ କରୁଥିବା ସୂଚନା ସାମ୍ନାକୁ ଆସୁଛି। ଏସବୁ ମଧ୍ୟରେ ଟ୍ରମ୍ପ୍ ଏବେ ଉଭୟ ଦେଶକୁ ଏକ ଅଲ୍ଟିମେଟମ୍ ଦେଇଛନ୍ତି। ରିପୋର୍ଟ ଅନୁସାରେ ଟ୍ରମ୍ପ୍ ଏବେ ଉଭୟ ଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ, ଆଗାମୀ ଏକ ସପ୍ତାହ ମଧ୍ୟରେ ଯଦି ଉଭୟ ଦେଶ ଯୁଦ୍ଧ ବିରତି ସମ୍ପର୍କରେ କୌଣସି ନିଷ୍କର୍ସରେ ନ ପହଞ୍ଚନ୍ତି ତେବେ ସେ ମଧ୍ୟସ୍ଥତା ଦାୟିତ୍ୱରୁ ପଛକୁ ହଟିବାକୁ ବାଧ୍ୟହେବେ। ଏସମ୍ପର୍କରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସୂଚନା ଦେଇ କହିଛନ୍ତି ଯେ ଯଦି ଯୁଦ୍ଧ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ କୌଣସି ଚୁକ୍ତିନାମା ନହୁଏ, ତେବେ ଆମେରିକା ପଛକୁ ହଟିଯିବ।

ଟ୍ରମ୍ପ୍‌ଙ୍କ ମୁଖପାତ୍ର ଭାବେ ରୁବିଓ କହିଛନ୍ତି ଯେ, ଆମେ ମାସ ମାସ ଧରି ରୁଷ୍‌-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧବିରତି ପାଇଁ ଚେଷ୍ଟା ଜାରି ରଖିପାରିବୁ ନାହିଁ। ଆମକୁ ଶୀଘ୍ର ନିଷ୍ପତ୍ତି ନେବାକୁ ପଡିବ। ଯଦି ଏହା ସମ୍ଭବ ନହୁଏ ତେବେ ଆମକୁ ଅନ୍ୟ ପ୍ରାଥମିକତା ଉପରେ ଧ୍ୟାନ ଦେବାକୁ ପଡିବ। ରୁବିଓ ପ୍ୟାରିସରେ ୟୁରୋପୀୟ ଏବଂ ୟୁକ୍ରେନୀୟ ନେତାମାନଙ୍କୁ ଭେଟିବା ପରେ ଏହା କହିଥିବା, ରଏଟର୍ସ ରିପୋର୍ଟ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ୍ ଅନୁଭବ କରନ୍ତି ଯେ ଏହି (ଶାନ୍ତି ଚୁକ୍ତିନାମା) ଉପରେ ବହୁତ ସମୟ ବିତାଇ ଦିଆଯାଇଛି। ଏହା (ରୁଷ୍‌-ୟୁକ୍ରେନ୍ ଶାନ୍ତି ଚୁକ୍ତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଚାଲିଛି ଯାହା ସମାନ କିମ୍ବା ଅଧିକ ଧ୍ୟାନ ଦେବା ଉଚିତ୍‌। ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କରେ ଉନ୍ନତି ହେଉଥିବା ସମୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଏହି ଚେତାବନୀ ଆସିଛି। ପ୍ରକାଶ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (୧୭ ଏପ୍ରିଲ, ୨୦୨୫)ରେ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ୟୁକ୍ରେନ ସହିତ ଚୁକ୍ତି ସ୍ୱାକ୍ଷର କରିବାକୁ ଆଶା କରୁଛନ୍ତି ଯାହା ଆମେରିକାକୁ ୟୁକ୍ରେନୀୟ ଖଣିଜ ପଦାର୍ଥ ପାଇବାକୁ ଅନୁମତି ଦେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking