28.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିଜର ଦ୍ବିତୀୟ ପାଳି ଆରମ୍ଭ କରିଛନ୍ତି। ୨୦ ଜାନୁୟାରୀ ୨୦୨୫ରେ ଆମେରିକାର ସମୟ ମଧ୍ୟାହ୍ନ ୧୨ଟାରେ (ଭାରତୀୟ ସମୟ ରାତ୍ରି ପ୍ରାୟ ସାଢ଼େ ୧୦ଟା) ସେ ଶପଥ ଗ୍ରହଣ କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ଲକ୍ଷ ଲକ୍ଷ ବେଆଇନ ପ୍ରବାସୀ ଭାରତୀୟଙ୍କୁ ବହିଷ୍କାର କରିବା ପାଇଁ ସବୁଠାରୁ ବଡ ଅଭିଯାନ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିବା ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଏହି ନୀତିକୁ ନେଇ ଦ୍ୱନ୍ଦ୍ୱରେ ଥିବା ଜଣାପଡିଛି। ଏହା ଆନୁଷ୍ଠାନିକ ଭାବେ ପ୍ରକାଶ ହେବା ପୂର୍ବରୁ ନିର୍ବାସନ ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲିକ୍ ହୋଇଛି। ଏଭଳି ପରିସ୍ଥିତିରେ ଟ୍ରମ୍ପ ସରକାର ସତର୍କ ମନୋଭାବ ପୋଷଣ କରୁଥିବା ଜଣାପଡିଛି ଏବଂ ଏହାର କାର୍ଯ୍ୟକାରିତା ପାଇଁ ସମୟ ତଥା ପଦକ୍ଷେପର ସମୀକ୍ଷା କରୁଛନ୍ତି। କିନ୍ତୁ କେଉଁ ସହରକୁ ଟାର୍ଗେଟ କରାଯିବ କିମ୍ବା କେବେ ଦେଶାନ୍ତର ଆରମ୍ଭ ହେବ ସେ କହିବାକୁ ମନା କରି ଦେଇଥିଲେ। ନିର୍ବାସନ ନୀତି କାର୍ଯ୍ୟକାରୀ

କରିବାକୁ ନିୟୋଜିତ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସୁରକ୍ଷାକୁ ନେଇ ଟ୍ରମ୍ପ ସରକାର ମଧ୍ୟ ଚିନ୍ତିତ ଅଛନ୍ତି। ଶପଥ ଗ୍ରହଣ କରିବା ପୂର୍ବରୁ ସେ ଏକ ବିଜୟ ସମାବେଶ ଆୟୋଜନ କରି ହଜାର ହଜାର ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟ ମଧ୍ୟରେ ସେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଏବଂ ଆମେରିକା ପାଇଁ ଏକ ଆଇରନ୍ ଡୋମ ସିଷ୍ଟମ ନିର୍ମାଣ ବିଷୟରେ କହିଥିଲେ। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଟ୍ରମ୍ପ ନିଶ୍ଚିତ କରିଥିଲେ। ସେ କହିଥିଲେ ଯେ, ଇମିଗ୍ରେସନ ଉପରେ କଡା ପ୍ରତିବନ୍ଧକ ଲଗାଇବେ। ଆମେରିକାର ପ୍ରତ୍ୟେକ ସଙ୍କଟକୁ ଐତିହାସିକ ଗତି ଏବଂ ଶକ୍ତି’ ସହିତ ସମାଧାନ କରିବାକୁ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ।

ସେ କହିଥିଲେ, ଆସନ୍ତାକାଲି ସୂର୍ଯ୍ୟାସ୍ତ ପରେ ଆମ ଦେଶ ଉପରେ ଆକ୍ରମଣ ବନ୍ଦ ହୋଇଯିବ। ଟ୍ରମ୍ପ ରବିବାର କହିଥିଲେ, ଯେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ସେ ‘ଆଇରନ୍ ଡୋମ୍’ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସେନାକୁ ନିର୍ଦ୍ଦେଶ ଦେବେ। ସମ୍ପ୍ରତି ଇସ୍ରାଏଲ୍ ଆଇରନ୍ ଡୋମ୍ କ୍ଷେପଣାସ୍ତ୍ର ପ୍ରଣାଳୀ ବ୍ୟବହାର କରୁଛି। ଏହା ମାଧ୍ୟମରେ ଇସ୍ରାଏଲ ହମାସ, ହିଜବୁଲ ଏବଂ ଇରାନ ଆକ୍ରମଣରୁ ନିଜକୁ ରକ୍ଷା କରିଆସୁଛି। ଆମେରିକାର ପୂର୍ବରୁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନିର୍ମାଣ କରିବାକୁ ଟ୍ରମ୍ପ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking