26.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶପୁଣି ଇରାନ ସହ ପରମାଣୁ ଚୁକ୍ତି କରିବେ ଟ୍ରମ୍ପ୍‌!

ପୁଣି ଇରାନ ସହ ପରମାଣୁ ଚୁକ୍ତି କରିବେ ଟ୍ରମ୍ପ୍‌!

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ସୂଚନା ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ ସେ ଇରାନ ସହ ପରମାଣୁ ଚୁକ୍ତି କରିବାକୁ ଚାହୁଁଛନ୍ତି ଏବଂ ଏ ନେଇ ସେ ଇରାନର ସର୍ବୋଚ୍ଚ ନେତାଙ୍କୁ ଏକ ଚିଠି ମଧ୍ୟ ପଠାଇଛନ୍ତି। ଶୁକ୍ରବାର ଫକ୍ସ ବିଜନେସ ନେଟୱାର୍କକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, “ମୁଁ ଆଶା କରୁଛି ଇରାନ୍ ଏବେ ଦିଗରେ ଚିନ୍ତା କରିବା ଉଚିତ୍‌। କାରଣ ଏହା ଇରାନ ପାଇଁ ବହୁତ ଭଲ ହେବ। ଏହା ଏକ ଭଲ ବିକଳ୍ପ ହୋଇପାରେ। ସେହିପରି ଅନ୍ୟ ଏକ ବିକଳ୍ପ ହେଉଛି ଆମକୁ କିଛି କରିବାକୁ ପଡିବ, କାରଣ ଅନ୍ୟ ଏକ ପରମାଣୁ ଅସ୍ତ୍ର ସୃଷ୍ଟି କରିବାକୁ ଅନୁମତି ଦିଆଯାଇପାରିବନାହିଁ।

ଏସବୁ ମଧ୍ୟରେ ରୁଷ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ରୁଷ୍ ଉପବୈଦେଶିକ ମନ୍ତ୍ରୀ ସେର୍ଗେଇଇରାନର ରାଷ୍ଟ୍ରଦୂତ କାଜେମ ଜାଲାଲିଙ୍କ ସହ ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ପରିସ୍ଥିତିର ସମାଧାନ ପାଇଁ ଅନ୍ତର୍ଜାତୀୟ ପ୍ରୟାସ ବିଷୟରେ ଆଲୋଚନା କରିଛନ୍ତି। ଜାନୁଆରୀରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ରମ୍ପ୍ ଆମେରିକାର ବୈଦେଶିକ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ରୁଷ୍ ପ୍ରତି ଆମେରିକାର ଆଭିମୁଖ୍ୟ ବଦଳିଯାଇଛି ଏବଂ ଅଧିକ ବୁଝାମଣାମୂଳକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏହା ଅନ୍ୟ ପାଶ୍ଚାତ୍ୟ ସହଯୋଗୀଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଦୀର୍ଘ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking