ନ୍ୟୁୟର୍କ: ଇରାନକୁ ଧନ୍ୟବାଦ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୮୦୦ ବନ୍ଦୀଙ୍କ ଫାଶୀ ରୋକିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ । ଶୁକ୍ରବାର ଫାଶୀ ଦେବା ପାଇଁ ସ୍ଥିର କରିଥିଲେ ଇରାନ ସରକାର। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଟ୍ରମ୍ପ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି।
US President Donald Trump (@POTUS) posts on Truth Social, “I greatly respect the fact that all scheduled hangings, which were to take place yesterday (Over 800 of them), have been cancelled by the leadership of Iran. Thank you! DONALD J. TRUMP PRESIDENT OF THE UNITED STATES OF… pic.twitter.com/NzdArcj44b
— Press Trust of India (@PTI_News) January 16, 2026
ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ଇରାନକୁ ଧମକ ଦେଇଥିଲେ। ଧମକ ଦେଇ କହିଥିଲେ ଯେ ଯଦି ଇରାନ ସରକାର ବ୍ୟାପକ ବିରୋଧ ପ୍ରଦର୍ଶନ ସମୟରେ ଗଣହତ୍ୟା କରେ, ତେବେ ଆମେରିକା ଇରାନ ଉପରେ ସାମରିକ ଆକ୍ରମଣ କରିପାରେ। ଏହି ଧମକର କିଛି ଦିନ ପରେ ଆମେରିକା ୮୦୦ ବନ୍ଦୀଙ୍କ ଫାଶୀ ରୋକିଥିବାରୁ ଇରାନକୁ ଧନ୍ୟବାଦ ଜଣାଇଛନ୍ତି।










