ବାଲେଶ୍ୱର: ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ମୁଁ ତଦନ୍ତରୁ ବିଭ୍ୟୁ କରିବାକୁ ଆସିଛି । ଅଗ୍ରଗତି ନେଇ ଡିଜିଙ୍କୁ ରିପୋର୍ଟ ଦେବି । ଏହା ଏକ ନିରନ୍ତର ପ୍ରକ୍ରିୟା, ପତ୍ୟେକ ଦିଗକୁ ବିଚାର କରୁଛୁ । ଆମେ ସତ୍ୟ ଓ ତଥ୍ୟ ବାହାର କରୁଛୁ । । ଅନ୍ୟପଟେ, ସିଏଡବ୍ୟୁ ଆଇଜି ଏସ. ସାଇନି ତଦନ୍ତରୁ ଅନ୍ତର ହେଲେ । ତଦନ୍ତ ନୀରିକ୍ଷଣ କରିବେ କ୍ରାଇବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ । କ୍ରାଇମବ୍ରାଞ୍ଚ ଡିଜିଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ଶୁଭ୍ର ସମ୍ବିତ ନାୟକ , ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କୁ କ୍ରାଇବ୍ରାଞ୍ଚ ଗିରଫ କରି ପଚରା ଉଚରା ଜାରି ରଖିଛି ।










