17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶକାନାଡାରେ ଖଲିସ୍ତାନୀଙ୍କ ଉପସ୍ଥିତିକୁ ସ୍ୱୀକାର କଲେ ଟ୍ରୁଡେୟୁ

କାନାଡାରେ ଖଲିସ୍ତାନୀଙ୍କ ଉପସ୍ଥିତିକୁ ସ୍ୱୀକାର କଲେ ଟ୍ରୁଡେୟୁ

ଓଟାୱା: ଭାରତ ସହ କୂଟନୈତିକ ତିକ୍ତତା ମଧ୍ୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁ ପ୍ରଥମ ଥର ପାଇଁ ତାଙ୍କ ଦେଶରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ଉପସ୍ଥିତ ଥିବା ସ୍ୱୀକାର କରିଛନ୍ତି। ଏହା ଭାରତ ପାଇଁ ଏକ ବଡ ଉପଲବ୍ଧି ବୋଲି କୁହାଯାଉଛି। ପ୍ରକାଶ, ଭାରତ ଦୀର୍ଘ ଦିନ ଧରି ଭାରତ ବିରୋଧୀ ଉଗ୍ରବାଦୀ ବିଚ୍ଛିନ୍ନତାବାଦୀ ଖଲିସ୍ତାନୀଙ୍କୁ କାନାଡା ସରକାର ଆଶ୍ରୟ ଦେଇଥିବା ନେଇ ଭାରତ ଦାବି କରିଆସୁଥିବା ବେଳେ ଟ୍ରୁଡେୟୁ ସରକାର କିନ୍ତୁ ଏହାକୁ ଅସ୍ୱୀକାର କରୁଥିଲେ। କିନ୍ତୁ ଏବେ ଭାରତୀୟ କୂଟନୈତିକ ରଣନୀତି ବଳରେ ଟ୍ରୁଡେୟୁ ନିଜେ ବାଧ୍ୟହୋଇ ଏହାକୁ ସ୍ୱୀକାର କରିଛନ୍ତି। ଟ୍ରୁଡେୟୁ କହିଛନ୍ତି ଖଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀ କାନାଡାରେ ଅଛନ୍ତି। କିନ୍ତୁ ସେମାନେ ସମଗ୍ର ଶିଖ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁନାହାନ୍ତି। ସେ ଓଟୱାରେ ପାର୍ଲାମେଣ୍ଟାରୀ ହିଲରେ ଦିୱାଲୀ ଉତ୍ସବ ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଟ୍ରୁଡେୟୁ ଗତ ବର୍ଷ ଅଭିଯୋଗ କରିଥିଲେ ଯେ ଜୁନ୍ ୨୦୨୩ରେ ବ୍ରିଟିଶ କଲମ୍ବିଆର ସୁରେର ଏକ ଗୁରୁଦ୍ୱାର ବାହାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ହାତ ରହିଛି। ଭାରତ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ପ୍ରତ୍ୟାଖ୍ୟାନ କରି କାନାଡାକୁ ପ୍ରମାଣ ମାଗିଥିଲା, ଯାହା ଟ୍ରୁଡୋ ସରକାର କେବେ ପ୍ରଦାନ କରିନାହାନ୍ତି। କିନ୍ତୁ ଟ୍ରୁଡେୟୁଙ୍କ ଏପ୍ରକାର ଅଭିଯୋଗ ପରେ କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ଗତ ମାସରେ ଟ୍ରୁଡେୟୁ ସରକାର କାନାଡାରେ ଭାରତର ହାଇ କମିଶନର ସଞ୍ଜୟ ବର୍ମାଙ୍କୁ ହିଂସା ଘଟଣାରେ ‘ପର୍ସନ ଅଫ୍ ଇଣ୍ଟ୍ରେଷ୍ଟ’ ଭାବରେ ଘୋଷଣା କରିବା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇପଡିଥିଲା। ଏହାକୁ ଆପତ୍ତିଜନକ ବୋଲି କହି ଭାରତ ନିଜର ୬ଜଣ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଥିଲା। ଏହା ସହିତ ୬ ଜଣ କାନାଡିୟ କୂଟନୀତିଜ୍ଞଙ୍କୁ ଭାରତରୁ ଫେରିବାକୁ କୁହାଯାଇଥିଲା।

ଚଳିତ ସପ୍ତାହ ପୂର୍ବରୁ, ଖଲିସ୍ତାନର ସମର୍ଥକମାନେ ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ମାଡ଼ ମାରିଥିଲେ। ଫଳରେ ଭାରତୀୟ ଏବଂ କାନାଡା ନାଗରିକମାନେ ଅଂଶଗ୍ରହଣ କରିଥିବା ଭାରତୀୟ କନସୁଲେଟର କାର୍ଯ୍ୟକ୍ରମ ମଧ୍ୟ ବ୍ୟାହତ ହୋଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଖଲିସ୍ତାନ ସମର୍ଥକମାନେ ହିନ୍ଦୁ ଶ୍ରଦ୍ଧାଳୁମାନଙ୍କୁ ବାଡ଼ିରେ ପିଟିବା ସହିତ ମୁଥ ମାରୁଥିବାର ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking