ଭଦ୍ରକ: ଭଦ୍ରକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ଏବଂ ଟ୍ରଲର ମଧ୍ୟରେ ଭୟଙ୍କର ଧକ୍କା ହୋଇଛି ଏହି ଦୁର୍ଘଟଣାରେ ଟ୍ରଲର ଚାଳକ ଗୁରୁତର ଆହତ ହୋଇଛି। ଏପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିପାରିନି। ବାସୁଦେବପୁର ସହର ଉପକଣ୍ଠ ମତାଜୀ ମଠ ଛକରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଖବର ପାଇଁ ଅଗ୍ନୀଶମ ବାହିନୀ ପହଞ୍ଚି ଦୁଇଘଣ୍ଟା ପରିଶ୍ରମ କରି ଆହତକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










