ବାଲେଶ୍ୱର: ବାଲେଶ୍ୱର ଭୋଗରାଇ ବ୍ଲକ ବିନ୍ଧାପଦ୍ମପୁରଠାରେ ଦୁର୍ଘଟଣା । ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହ । ମୃତକ ହେଲେ ଭୋଗରାଇ ବ୍ଲକ ବିନ୍ଧାପଦ୍ମପୁର ଗାଁର ଶିବଶଙ୍କର ପଣ୍ଡା । ରାତିରେ ପରିସ୍ରା ପାଇଁ ବାହାରକୁ ଯାଇଥିବା ବେଳେ ଏକ ବାଲି ବୋଝେଇ ଟ୍ରକ ତାଙ୍କୁ ଚାପି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକକୁ ଧରିବା ପାଇଁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।










