କଟକ: ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମହିଳା ହୋମଗାର୍ଡଙ୍କ ମୃତ୍ୟୁ । ଛତ୍ରବଜାର ଅର୍ୱାନ ହାଟ ନିକଟରେ ହୋମଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ । ମୃତକ ଜଣଙ୍କ ହେଉଛନ୍ତି, ମନୋରମା ପଣ୍ଡା, ମାଲଗୋଦାମ ଥାନାରେ ହୋମଗାର୍ଡ ଭାବେ କାଯ୍ୟରତ ଅଛନ୍ତି । ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏନେଇ ପରିବାରରେ ଅଶାନ୍ତ ଦେଖାଯିବା ସହ ଶୋକର ଛାୟା ଖେଳିଯାଇଛି ।









