31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଅଟୋକୁ ଧକ୍କା ଦେଲା ଟ୍ରକ୍‌: ୬ ମୃତ

ଅଟୋକୁ ଧକ୍କା ଦେଲା ଟ୍ରକ୍‌: ୬ ମୃତ

ପାଟନା: ବିହାରର ରାଜଧାନୀ ପାଟନାରେ ଭୟଙ୍କର ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟ୍ରକ୍ । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ପାଟନା ନିକଟ ମାନେରରେ ଉର୍ସ ମେଳାରେ ଯୋଗ ଦେଇ କିଛି ଲୋକ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ବିହତା – ଆରା ମୁଖ୍ୟ ରାସ୍ତାର ଲେଖନ ଟୋଲାର ପରେଭ ନିକଟରେ ଏକ ନିୟନ୍ତ୍ରିତ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଅଟୋଟି ସମ୍ପୂଣ୍ଣ ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ୬ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ପାଇ ବିହତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ହେପାଜତକୁ ନେବା ସହ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ମଧ୍ୟ ଜବତ କରିଛି ପୋଲିସ । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣାଟି ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking