24.1 C
Bhubaneswar
Friday, March 20, 2026
Homeଓଡିଶାବାଇକ୍‌କୁ ପିଟିଲା ଟ୍ରକ୍‌; ମା’ପୁଅ ମୃତ, ବାପା ଗୁରୁତର

ବାଇକ୍‌କୁ ପିଟିଲା ଟ୍ରକ୍‌; ମା’ପୁଅ ମୃତ, ବାପା ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଟ୍ରକ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଉଛନ୍ତି, ମନୀଷା ସାଓ ଏବଂ ତାଙ୍କର ୩ ବର୍ଷର ପୁଅ ହର୍ଷଦ ରାଠୋର। ମନୀଷାଙ୍କ ସ୍ୱାମୀ ରୋହିତ ରାଠୋରଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ରୋହିତ ରାଠୋର କୌଣସି କାମରେ ବାଇକ୍‌?ରେ ପତ୍ନୀ ମନୀଷା ଓ ପୁଅ ହର୍ଷଦଙ୍କୁ ଧରି ମେରାମୁଣ୍ଡଳୀରୁ ଅନୁଗୋଳ ଅଭିମୁଖେ ଯାଉଥିଲେ। ସେହି ସମୟରେ ବୁଢ଼ାପଙ୍କ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ମନୀଷାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରୋହିତ ଓ ୩ ବର୍ଷର ଶିଶୁ ପୁତ୍ର ହର୍ଷଦଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ହର୍ଷଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଉଭୟ ଟ୍ରକ୍ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking