30.1 C
Bhubaneswar
Wednesday, February 11, 2026
Homeଓଡିଶାନଦୀରେ ବୁଡ଼ି ଟ୍ରକ ଡ୍ରାଇଭର ମୃତ

ନଦୀରେ ବୁଡ଼ି ଟ୍ରକ ଡ୍ରାଇଭର ମୃତ

ରାଉରକେଲା: ଶଙ୍ଖ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ଟ୍ରକ ଡ୍ରାଇଭର। ଜଣେ ହେଲେ ଜାଭେଦ ଅଲ୍ଲୀ (୨୧)। ଅନ୍ୟ ଜଣଙ୍କର ପରିଚୟ ମିଳିପାରିନି। ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁଇ ଶବ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗରେ ରଖିଛି। ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ମିଳିଥିବା ସୂଚନା ମୁତାବକ ମୃତ ଦୁଇ ଡ୍ରାଇଭର ଉତ୍ତରପ୍ରଦେଶରୁ କିଛି ସାମଗ୍ରୀ ନେଇ ଆଜି ରାଉରକେଲା ବେଦବ୍ୟାସରେ ଏକ ଟ୍ରାନ୍ସପୋର୍ଟରେ ପହଞ୍ଚି ଥିଲେ। ଦୁହେଁ ଗାଡ଼ି ଛିଡ଼ାକରି ବେଦବ୍ୟାସ ଗୋପପାଲୀ ବସ୍ତି ନିକଟସ୍ଥ ଶଙ୍ଖ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁହେଁ ଗାଧୋଇବା ବେଳେ ବୁଡି ଯାଇଥିଲେ। ସେଠାରେ ଗାଧୋଉଥିବା ଜଣେ ମହିଳା ଦୁହିଁଙ୍କ ବୁଡ଼ି ଯାଇଥିବା ସମ୍ପର୍କରେ ଆସି ବସ୍ତି ଲୋକଙ୍କୁ କହିଥିଲେ। ବସ୍ତି ଲୋକ ବ୍ରାହ୍ମଣୀ ତରଙ୍ଗ ଥାନା ଓ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ସେମାନେ ପହଞ୍ଚି ଉଦ୍ଧାର କରିବା ପୂର୍ବରୁ ଦୁହିଁଙ୍କର ମୃତ୍ୟୁ ହୋଉ ସାରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking