27.1 C
Bhubaneswar
Monday, December 8, 2025
Homeଓଡିଶାସ୍କୁଲ ଗାଡି ସହ ଟ୍ରକ ଧକ୍କା: ଜଣେ ମୃତ, ୮ ଆହତ

ସ୍କୁଲ ଗାଡି ସହ ଟ୍ରକ ଧକ୍କା: ଜଣେ ମୃତ, ୮ ଆହତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଏକ ସ୍କୁଲ ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କୁଲର ୮ ଜଣ ଛାତ୍ର ଆହତ ହୋଇଛନ୍ତି । ଜିଲ୍ଲାର ରାମଟନ୍ଦ୍ରପୁର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ସାଇଁକୁଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ରୁପୋର୍ଟ ଅନୁଯାୟୀ, ଆଜି ସ୍କୁଲ ଗାଡି ଏକ ବୋଲେରୋ ଜାଭିୟର ସ୍କୁଲକୁ ଯାଉଥିଲା । ସ୍କୁଲକୁ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରକ ଗାଡିକୁ ଧକ୍କା ଦେଇଥିଲା । ଫଳସ୍ୱରୂପ, ବୋଲେରୋର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ୮ ଜଣ ଛାତ୍ର ଆହତ ହୋଇଥିଲେ । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରିଥିଲେ । ସେମାନେ ସୁରନ୍ତ ୮ ଜଣ ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ସାଇଁକୁଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking