28.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶଟ୍ରକ୍ - କାର୍ ମୁହାଁମୁହିଁ: ୪ ମୃତ

ଟ୍ରକ୍ – କାର୍ ମୁହାଁମୁହିଁ: ୪ ମୃତ

ବିହାର: ବିହାରରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସମସ୍ତେ ମାଧେପୁରାର ବାସିନ୍ଦା ବୋଲି ଜଣାପଡ଼ିଛି । ବିହାରର ମାଧେପୁରା ଜିଲ୍ଲାରେ କୁହୁଡି ଏବଂ ଦ୍ରୁତ ଗତରେ ଗାଡି ଚଲାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିିଛି । ସୂଚନା ଅନୁସାରେ, ଆଜି ଭୋର ସମୟରେ ଚାରି ଜଣ ଯୁବକ ମାଧେପୁରାରୁ ଗୋଟିଏ କାର୍ ଯୋଗେ ଯାତ୍ରା କରୁଥିଲେ । କାର୍‌ଟି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ମାତ୍ରେ ସାମ୍ନା ପଟୁ ଆସୁଥିବା ଏକ ଅନିୟନ୍ତ୍ରିତ ଟ୍ରକ୍ କାର୍‌କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ କାର୍‌ଟି ଟ୍ରକ୍ ତଳେ ଚାପି ହୋଇଯାଇଥିଲା । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏହା ପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତଚାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଟ୍ରକ୍ ଏବଂ କାର୍‌କୁ ଜବତ କରି ଦୁର୍ଘଟଣାଟି କେଉଁ ପରିସ୍ଥିତିରେ ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking