27.1 C
Bhubaneswar
Sunday, April 27, 2025
Homeଅପରାଧଅଶାନ୍ତ ଷ୍ଟିଲସିଟି: ପୁଣି ଯୁବକଙ୍କୁ ନିର୍ମମ ହତ୍ୟା

ଅଶାନ୍ତ ଷ୍ଟିଲସିଟି: ପୁଣି ଯୁବକଙ୍କୁ ନିର୍ମମ ହତ୍ୟା

ରାଉରକେଲା: ଅଶାନ୍ତ ଷ୍ଟିଲସିଟି । ପୁଣି ଯୁବକଙ୍କୁ ନିର୍ମମ ହତ୍ୟା । ବେକ କଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ରାଉରକେଲା ଏସ୍ ଟିଆଇ ଛକ ରେଳବାଇ ଫାଟକ ସମ୍ମୁଖରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । କିଏ ଓ କଣ ପାଇଁ ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୋଲିସର ତଦନ୍ତ ଜାରି ରହିଛି । ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ରାଉରକେଲା । ଗତକାଲି ଉଦିତନଗର ଥାନା ଅଞ୍ଚଳରେ ହତ୍ୟା ହୋଇଥିଲା। ଦୁଇ ଲାଇନ ମଧ୍ୟରେ ବିବାଦକୁ ନେଇ ଭୋଲା ସିଂଙ୍କୁ ହତ୍ୟା କରିଥିଲେ ମୁକେଶ ଖେଡ଼ିଆ । ଗତ ୯ ତାରିଖରେ ଜନଗହଳିପୂର୍ଣ୍ଣ ରାଉରକେଲା ଭିଏସଏସ ମାର୍କେଟରେ ମୁକେଶ କରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଫାର୍ସା ଓ ରଡ୍ ଯୋଗେ ଦୁର୍ବୃତ୍ତ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ । ଏହି ଘଟଣା ରାଉରକେଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଆକ୍ରମଣର ଶିକାର ଅନ୍ୟ ଜଣେ ଯୁବକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେହିପରି ରାଉରକେଲା ଗାନ୍ଧୀ ରୋଡରେ ଜଣେ ଜରି ଗୋଟାଳିକୁ ବେକ କାଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମାତ୍ର ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking