ଦେବଗଡ: ଦେବଗଡ ଜିଲ୍ଲା ରିଆମାଳ ବ୍ଲକକୁଣ୍ଢେଇଗୋଳାଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ହୋଇଛି । ଜଣେ ବ୍ୟକ୍ତି ଏକ ହାତୁଡି ସାହାଯ୍ୟରେ ସ୍ତ୍ରୀ , ବୋହୂ ଓ ନାତୁଣୀକୁ ହତ୍ୟା କରିଛନ୍ତି । ଅଭିଯୁକ୍ତ ହେଉଛନ୍ତି ରମେଶ ଗରିଆ । ଗତକାଲି ବିଳମ୍ବିତ ରାତିରେ ସେ ହାତୁଡିରେ ନିଜର ସ୍ତ୍ରୀ , ବୋହୂ , ନାତୁଣୀକୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କ ପୁଅ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଯାଏଁ କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି । ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।










