28.1 C
Bhubaneswar
Monday, February 23, 2026
Homeଓଡିଶାସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ବିଜୁ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ବିଜୁ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ନୂଆପଡାର ଖରିଆର ରୋଡ ଆରଏମସି ପ୍ରାଙ୍ଗଣରେ ୨୦ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ, ବିଜୁ ଜନତା ଦଳର ଶୁଭେଛୁ ଓ ସାଥି ନୂଆପଡା ବିକାଶର ବିଶ୍ୱକର୍ମା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିରେ ଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ସ୍ୱର୍ଗତ ଢୋଲକିଆ କିଭଳି ତୃଣମୂଳ ସ୍ତରରେ ସବୁବର୍ଗର ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ସମସ୍ତଙ୍କ ଆଦରଣୀୟ ହୋଇପାରିଥିଲେ କହିବା ସହ ତାଙ୍କର ଅଧୁରା କାମକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ । ବିଜୁ ପରିବାର ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଢୋଲକିଆଙ୍କ ବିକାଶ ଧାରା ଓ ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ଅବ୍ୟାହତ ରଖିବାକୁ ସଂକଳ୍ପ ନିଆଯାଇଥିଲା । ଶୋକସଭାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ପରେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସମେତ ଉପସ୍ଥିତ ହଜାର ହଜାର ଜନସାଧାରଣ ଦଣ୍ଡାୟମାନ ହୋଇ ନିରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ଢୋଲକିଆଙ୍କ ପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ, ପୁତ୍ର ଏବଂ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଭ୍ରାତା ବୃନ୍ଦ ଓ ପରିବାରବର୍ଗ ଉପସ୍ଥିତ ଥିଲେ ।

ବିଜୁ ପରିବାର ଦ୍ୱାରା ଆୟୋଜିତ ଏହି ବିଶାଳ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, ରାଜେନ୍ଦ୍ର ଢୋଲକିଆଙ୍କ ଭଳି ସାମାଜିକ ପ୍ରତିବନ୍ଧତା ଥିବା ରାଜନେତା ବିରଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଗଠନ କରାଯାଇଥିବା ନୂଆପଡ଼ା ଜିଲ୍ଲାକୁ ନବୀନ ପଟ୍ଟନାୟକଙ୍କ ସରକାରରେ ଅଗ୍ରଣୀ ଜିଲ୍ଲା ଭାବେ ଆଗେଇ ନେବାରେ ସ୍ୱର୍ଗତ ଢୋଲକିଆଙ୍କ ଭୂମିକା ଥିଲା ଅତୁଳନୀୟ । ପଡୋଶୀ ଖରିଆରର ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ ନୂଆପଡା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱର୍ଗତ ଢୋଲକିଆଙ୍କ ନେତୃତ୍ୱ ସ୍ମରଣୀୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସର୍ବଶ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ, ଲମ୍ୱୋଦର ନିହାଲ, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଗଣେଶ ମାଝୀ, ମନୋହର ରନ୍ଧାରୀ, ମନୋଜ ମିଶ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ, ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦୀପ ବକ୍ତବ୍ୟ ରଖି ରାଜେନ୍ଦ୍ର ଢୋଲକିଆଙ୍କ ମଣିଷ ପଣିଆ ଓ ସୌହାର୍ଦ୍ଦ୍ୟ କାର୍ଯ୍ୟାବଳୀ ସମ୍ପର୍କରେ କହି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହି ସଭାରେ ବିଭିନ୍ନ ରାଜନେତା ମାନେ ଯୋଗଦେଇ ସ୍ୱର୍ଗତ ଢୋଲକିଆଙ୍କ ଜୀବନଶୈଳୀ ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରିବାର ତରଫରୁ ତାଙ୍କ ପୁତ୍ର ଶ୍ରୀ ଜୟ ଢୋଲକିଆ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ । ବିଜୁ ପରିବାର ତରଫରୁ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଅବନୀ ଯୋଶୀ, ଶ୍ରୀ ରାଜେଶ ନିଗମ, ଶ୍ରୀ ଧନିରାମ ସାହୁ, ଶ୍ରୀ କାର୍ତ୍ତିକ ଦୀପ ପ୍ରମୁଖ ସଂଯୋଜନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking