26.1 C
Bhubaneswar
Sunday, March 1, 2026
Homeଓଡିଶାଆଦିବାସୀ ଦାଦନ ଶ୍ରମିକ ମୃତ

ଆଦିବାସୀ ଦାଦନ ଶ୍ରମିକ ମୃତ

ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଦାଦନ ଶ୍ରମିକ ମୃତ୍ୟୁ। ନିରୀହ ଆଦିବାସୀ ଲୋକେ ଓଡିଶାରୁ ଆନ୍ଧ୍ରପ୍ରଦେଶ କେରଳ ଏବଂ ତାମିଲନାଡୁ କାମ କରିବାକୁ ଯାଉଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସୁଛି। ସୂଚନା ମୁତାବକ ଗ୍ରାମର ପଦିଆ ମାଡ଼ି ଏକ ବୋରୱେଲ ଗାଡ଼ିରେ କାମ କରିବା ପାଇଁ ଯାଇଥିଲେ। କିନ୍ତୁ କାଲି ରାତି ସମୟରେ ଏକ ଭ୍ୟାନରେ କିଛି ବ୍ୟକ୍ତି ତାଙ୍କ ଶବ ଆଣି ତାଙ୍କ ଘର ଆଗରେ ଛାଡିକି ସେଠାରୁ ପଳାଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର। ସକାଳ ହେବା ପରେ ଗ୍ରାମବାସୀ ମନେ ଏକତ୍ରିତ ହୋଇ କାଲିମେଳା ପୋଲିସକୁ ଖବର ଦେଇଥିଲେ। ମୃତ ଶ୍ରମିକଙ୍କର ମୃତ୍ୟୁ କିଭଳି ଭାବରେ ଘଟିଛି ତାହା ନେଇ ସନ୍ଦେହ ବଢୁଥିବା ବେଳେ ପରିବାର ଲୋକଙ୍କୁ ନ୍ୟାୟ କିପରି ମିଳିବ କାଲିମେଳା ପୂର୍ବତନ ବ୍ଲକ ଅଧକ୍ଷ ଚୈତନ୍ୟ ଚୋୖଧରି ପହଞ୍ଚି ଆଲୋଚନା କରିଛନ୍ତି। ଘଟଣା ସ୍ଥଳରେ କାଲିମେଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking