26.8 C
Bhubaneswar
Monday, April 6, 2026
Homeଓଡିଶାବାରିପଦାରେ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର

ବାରିପଦାରେ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର

ବାରିପଦା: ଗୋଷ୍ଠୀ ସଂଘର୍ଷକୁ ନେଇ ଗୁଳିମାଡ଼ ଓ ଛୁରାମାଡ଼ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା। ମୟୂରଭଂଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧୀନ କାଳିକାପୁର ଅଞ୍ଚଳରେ ଏହି ହିଂସା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ ନେଇ ଟାଉନ୍ ଥାନା କାଳିକାପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ‌ହୋଇଥିଲା। ଏହି ସଂଘର୍ଷ ଆଜି ଉଗ୍ରରୂପ ନେଇଥିଲା। ଆକ୍ରମଣରେ ଗୁଳୁମାଡ଼ ଏବଂ ଛୁରାମାଡ଼ରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking