15.1 C
Bhubaneswar
Saturday, December 6, 2025
Homeଅପରାଧଟ୍ରେନ ଲାଇନରେ ଯୁବକଙ୍କ ମାରି ଫିଙ୍ଗିଥିଲେ

ଟ୍ରେନ ଲାଇନରେ ଯୁବକଙ୍କ ମାରି ଫିଙ୍ଗିଥିଲେ

ବଲାଙ୍ଗୀର: ରେଲୱେ ଟ୍ରାକରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ଘଟଣା । ଟ୍ରେନରେ କଟି ମୃତ ନୁହେଁ , ଯୁବକଙ୍କୁ ମାରି ଟ୍ରେନ ଲାଇନରେ ଫିଙ୍ଗିଥିଲେ । ତେବେ ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ପୋଲିସ । ଗତ କାଲି ଟ୍ରେନ ଲାଇନରୁ ସାହାଜବାହାଲ ଗାଁ ଯୁବକଙ୍କ ମୃତଦେହ ମିଳିଥିଲା । ତେବେ ସୂଚନା ଯୋଗ୍ୟ ,ଗତକାଲି ରେଳଧାରଣାରୁ ଯୁବକଙ୍କ କଟା ମୃତଦେହ ଉଦ୍ଧାର ହୋଇଥିଲା । ଏଭଳି ଖବର ବଲାଙ୍ଗୀର ଜିଲ୍ଲା ଦେଓଗାଁ ରୁ ଆସିଥିଲା । ହତ୍ୟା ପରେ ରେଳ ଧାରଣାରେ କିଏ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଥିଲା । ସୂଚନା ଅନୁଯାୟୀ, ବଲାଙ୍ଗୀର ଦେଓଗାଁ ରେଳଷ୍ଟେସନ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ କଟା ମୃତଦେହ ଠାବ ହୋଇଥିଲା । ଟ୍ରେନ୍ ଲାଇନ୍ ରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଜିଆର୍ପି ଏବଂ ପୋଲିସକୁ ଖବର ଦେଇଥିଲେ । କିଏ କାହିଁକି ଯୁବକଙ୍କୁ ହତ୍ୟା କରିଥିଲା ? ମୃତ ଯୁବକ ଜଣଙ୍କ କିଏ ? । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନ ଥିଲା । ତେବେ ରେଳଧାରଣା ନିକଟରେ ରକ୍ତର ଛିଟା ପଡିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ଏହାକୁ ହତ୍ୟା ବୋଲି ସନ୍ଦେହ କରୁଛି । ଯୁବକଙ୍କୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୋଗ ହୋଇଥିଲା । ଘଟଣା ସଂପର୍କରେ ଖବର ପାଇ ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ଆରପିଏଫ୍ ଓ ଜିଆରପି ପହଞ୍ଚି ପରେ ମିଳିତ ଭାବେର ତଦନ୍ତ କରୁଥିବା ସୂଚନା ମିଳିଥିବା ବେଳେ । ଆଜି ଏହା ସ୍ପଷ୍ଟ ହୋଇଛି ଯେ , ଯୁବକଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରି ଟ୍ରେନ ଲାଇନ ପାଖରେ ଫିଙ୍ଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking