30.1 C
Bhubaneswar
Monday, October 21, 2024
Homeଓଡିଶାଦଳି ଦେଲା ହାତୀ: ଚାଲିଗଲା ବୃଦ୍ଧଙ୍କ ଜୀବନ

ଦଳି ଦେଲା ହାତୀ: ଚାଲିଗଲା ବୃଦ୍ଧଙ୍କ ଜୀବନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ କୁଶକଳା ଗ୍ରାମରେ ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ବିଲରେ ଧାନ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ କୁଶକଳା ଗ୍ରାମର ମହେଶ୍ୱର ମହାନ୍ତ (୬୮) ବୋଲି ଜଣାପଡିଛି। ଗାଁ ନିକଟରେ ଏବେ ବି ୩୨ ଟିକିଆ ହାତୀପଲ ଘୁରି ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସୂଚନା ଅନୁସାରେ ବିଜେପି ରେଞ୍ଜର କୁଶକଳା, ଅଡାଳ, କଲଣ୍ଡା ଆଦି ଅଞ୍ଚଳରେ ୩୨ ଟିକିଆ ହାତୀପଲ ଘୁରି ବୁଲୁଛନ୍ତି। ହାତୀପଲଙ୍କ ଉପଦ୍ରବ ଏସବୁ ଅଞ୍ଚଳରେ ଲାଗି ରହିଛି। ତେବେ ହାତୀପଲଙ୍କ କବଳରୁ ଧାନ ଫସଲକୁ ବଞ୍ଚାଇବା ପାଇଁ ଲୋକେ ରାତିରେ ଧାନ ବିଲ ରେ ମଞ୍ଚା ମାରି ଜଗୁଛନ୍ତି। ଗତକାଲି ବିଳମ୍ବିତ ରାତିରେ କୁଶକଳା ଗ୍ରାମର ମହେଶ୍ୱର ମହାନ୍ତ ଗାଁ ନିକଟସ୍ଥ ନିଜ ବିଲରେ ଧାନ ଜଗିଥିବା ବେଳେ ହାତୀପଲରୁ ଏକୁଟିଆ ବୁଲୁଥିବା ମାଈ ହାତୀଟି ଧାନ ବିଲରେ ପଶି ଯାଇଥିଲା। ହାତୀଟି ଧାନ ଫସଲ ନଷ୍ଟ କରୁଥିବା ଦେଖି ମଞ୍ଚା ଉପରୁ ତଳକୁ ଓହ୍ଲାଇ ଘଉଡାଉଥିବା ବେଳେ ହାତୀଟି ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ୍ କୁ ପଠାଇଛି। ବନ ବିଭାଗ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking