26.8 C
Bhubaneswar
Monday, April 6, 2026
Homeଓଡିଶାପୋଶ୍‌ ଆଇନ, ୨୦୧୩ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ଷମ

ପୋଶ୍‌ ଆଇନ, ୨୦୧୩ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ଷମ

ଭୁବନେଶ୍ୱର: କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନ (ସୁରକ୍ଷା, ନିଷେଧ ଓ ନିବାରଣ) ଆଇନ୍‌-୨୦୧୩ ସମ୍ବନ୍ଧୀୟ ଏକ କର୍ମଶାଳା ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷା ଯୁଗ୍ମ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀମତୀ ସ୍ନିUା ଚମ୍ପତିରାୟ ଅଧ୍ୟକ୍ଷତା କରିଥିଲେ । କମିଟିର ସଦସ୍ୟମାନେ ସମସ୍ତ ସରକାରୀ କର୍ମକ୍ଷେତ୍ରରେ ମହିଳାଙ୍କୁ ସୁସ୍ଥ ଏବଂ ନିରାପଦ ପରିବେଶ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । କମିଟିର ଲକ୍ଷ୍ୟ, ଆଭିମୁଖ୍ୟ ଓ ପୋଶ୍‌ ଆଇନ୍‌, ୨୦୧୩ ର ନ୍ୟାୟିକ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ମହିଳାମାନଙ୍କ ଅଧିକାର ସମ୍ବନ୍ଧରେ କାର୍ଯ୍ୟ କରୁଥିବା ଏନ୍‌ଜିଓ ସଂସ୍ଥାରୁ ଶ୍ରୀମତୀ ତୃପ୍ତି ମଞ୍ଜରୀ ବରାଳ ଯୋଗଦେଇ ପୋଶ୍‌ ଆଇନ୍‌, ୨୦୧୩ ବିଷୟରେ ସଚେତନ କରାଇବା ସହ ଯଦି କୌଣସି ଅଭିଯୋଗ ଭବିଷ୍ୟତରେ ଆସିଲା, ତେବେ କମିଟିର ନଜରକୁ ଆଣିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟର ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ସରୋଜ କୁମାର ସାହୁ ଓ ଶ୍ରୀ ପଦ୍ମନାଭ ବେହେରା, କମିଟିର ସଦସ୍ୟ/ସଦସ୍ୟା ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking