24.1 C
Bhubaneswar
Monday, March 23, 2026
Homeଅପରାଧଟ୍ରେନି ଆର୍ମି ଅଧିକାରୀଙ୍କୁ ମାଡ଼ ମାରି ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

ଟ୍ରେନି ଆର୍ମି ଅଧିକାରୀଙ୍କୁ ମାଡ଼ ମାରି ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ଦୁଇ ସେନା ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିବା ସହିତ ସେମାନଙ୍କର ଜଣେ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶ ଇନ୍ଦୋରଠାରୁ ୫୦ କିଲୋମିଟର ଦୂର ଐତିହାସିକ ଜାମ ଗେଟ୍‌ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ଘଟଣା ସମ୍ପର୍କରେ ଜଣେ ଲ୍ୟୁଟନାଣ୍ଟ କରିଥିବା ଅଭିଯୋଗ ଅନୁସାରେ, ୨ ଜଣ ସେନା ଅଧିକାରୀ ସେମାନଙ୍କ ୨ ବାନ୍ଧବୀଙ୍କ ସହିତ ମଙ୍ଗଳବାର ରାତିରେ ମୋଓ-ମାଣ୍ଡଲେଶ୍ଵର ରାସ୍ତାରେ ଥିବା ଅହିଲ୍ୟା ଗେଟ୍ ବୁଲିବାକୁ ଯାଇଥିଲେ। ରାତି ପ୍ରାୟ ୨ଟା ୩୦ରେ ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ ନିକଟରେ ଥିବା ଏକ ପାହାଡ଼ ଉପରେ ଥିବା ବେଳେ ଅନ୍ୟ ଦୁଇ ଜଣ କାର ଭିତରେ ଥିଲେ। ଏହି ସମୟରେ ୬/୭ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ସହିତ କାରରେ ଥିବା ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିଥିଲେ। ତଳେ ପାଟି ଶୁଣି ଅନ୍ୟ ସେନା ଅଧିକାରୀ ଜଣକ ସେଠାକୁ ଆସିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ମାଡ଼ ମାରିବା ସହିତ ୧୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଏହି ସମୟରେ କାରରେ ଥିବା ସେନା ଅଧିକାରୀ ଜଣକ ଟଙ୍କା ମାଗିବା ବାହାନରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଉପରିସ୍ଥ ଅଧିକାରୀ ଜଣକ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ହେଲେ ପୁଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଜଣେ ବାନ୍ଧବୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୁଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ ପାଖ ଜଙ୍ଗଲରୁ ଗିରଫ କରିଛି।ଅନ୍ୟପଟେ ଦୁଇ ସେନା ଅଧିକାରୀ ଏବଂ ସେମାନଙ୍କ ଦୁଇ ବାନ୍ଧବୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ସମସ୍ତେ ଆହତ ହୋଇଥିବାବେଳେ ଜଣେ ବାନ୍ଧବୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ,ସପି ହିତିକା ବସଲ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking