ନୂଆଦିଲ୍ଲୀ : ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଏବେ ଏକ ନିୟମ ଆଣିଛି ଯାହା ସିମ୍ କାର୍ଡର ଭାଲିଡିଟି ସମ୍ପର୍କରେ । ଜିଓ, ଏୟାରଟେଲ, ଭୋଡ଼ାଫୋନ ଆଇଡିଆ ଏବଂ ବିଏସଏନଏଲରୁ ସିମ କାର୍ଡକୁ କିପରି ବିନା ରିଚାର୍ଜରେ ଅଧିକ ଦିନ ପାଇଁ ଏକ୍ଟିଭ ରଖିବେ, ବାରମ୍ବାର ରିଚାର୍ଜରୁ ଦୂରେଇ ରହିବେ , କିଭଳି କମ ଖର୍ଚ ହେବ ଏବଂ ମୋବାଇଲ୍ ବ୍ୟବହାରକାରୀ ମାନେ ସେମାନଙ୍କ ସିମ୍ ରିଚାର୍ଜ କରିବାକୁ ଭୁଲିଯାଉଛନ୍ତି ସେନେଇ ଏକ ଗାଇଡଲାଇନ ଆସିଛି ।
ଜିଓ ସିମର ଭାଲିଡିଟି ନିୟମ କଣ ରହିଛି ଜାଣନ୍ତୁ
ଜିଓ ବ୍ୟବହାରକାରୀମାନଙ୍କର ବିନା ରିଚାର୍ଜ ରେ ୯୦ ଦିନ ସିମ ଏକ୍ଟିଭ ରହିବ । ଏହାପରେ ସିମ ରିଆକ୍ଟିଭ ହୋଇଯିବ । ଏହି ୯୦ ଦିନ ମଧ୍ୟରେ ଇନକମ କଲ ୧ ମାସ ପର୍ଯ୍ୟନ୍ତ ଆକ୍ଟିଭ ରହିବ। ୯୦ ଦିନ ପରେ ସିମ ରିଚାର୍ଜ କରୁନାହାନ୍ତି ତେବେ ପରମାନେଣ୍ଟ ପାଇଁ ସିମ ଡ଼ିସକନେକ୍ଟ ହୋଇଯିବ । ଯୋଗାଯୋଗ ବିଛିନ୍ନ ହୋଇଯିବ ।
ଏୟାରଟେଲ୍ସ ସିମର ଭାଲିଡିଟି ନିୟମ କଣ ରହିଛି ଜାଣନ୍ତୁ
ବିନା ରିଚାର୍ଜରେ ଏୟାରଟେଲ ସିମ ୯୦ ଦିନ ଉପରେ ଆକ୍ଟିଭ ରହିବ । ଏହା ପରେ ଏୟାରଟେଲ୍ସ ୟୁଜର୍ସମାନଙ୍କୁ ଆଉ ୧୫ ଦିନ ମାଗଣା ମିଳିବ ଯାହାକି ସିମକୁ ରିଆକ୍ଟିଭ କରିପାରିବେ ।
ଭୋଡାଫୋନ ଆଇଡିଆ ଭାଲିଡିଟି ନିୟମ କଣ ରହିଛି ଜାଣନ୍ତୁ
ସେହିପରି ଭୋଡାଫୋନ ଆଇଡିଆ ବ୍ୟବହାରୀଙ୍କ ପାଇଁ ନୂତନ ସୁଯୋଗ ଆସିଛି । ଯାହାକି ବିନା ରିଚାର୍ଜରେ ଅଧିକ ୯୦ ଦିନ ଉପଭୋଗ କରିପାରିବେ । ଏହା ପରେ ୪୯ ଟଙ୍କାରେ ରିଚାର୍ଜ କରି ପୁନଃ ଉପଭୋଗ କରିପାରିବେ ।
ବିଏସଏନଏଲ ଭାଲିଡିଟି କଣ ରହିଛି ଜାଣନ୍ତୁ
ବିଏସଏନଏଲ ଦୀର୍ଘ ସମୟ ପାଇଁ ଏହି ବ୍ୟବସ୍ଥା ଭାରତରେ ଯୋଗାଉଛି । ବିନା ରିଚାର୍ଜରେ ଏହି ସିମ ୧୮୦ ଦିନ ଆକ୍ଟିଭ ରହିବ । ଯେଉଁମାନେ ବାରମ୍ବାର ରିଚାର୍ଜରୁ ଦୂରେଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ବିକଳ୍ପ ଅଟେ ।
ଟ୍ରାଇର ନୂଆ ଗାଇଡଲାଇନ ରେ ଅନାବଶ୍ୟକ ରିଚାର୍ଜରୁ ଦୂରେଇ ରୁହନ୍ତୁ
ଏହି ନୂତନ ନିୟମଗୁଡିକ ସିମ ପରିଚାଳନା କରିବାକୁ ସରଳ କରିଥାଏ । ଏବଂ ଉପଭୋକ୍ତାମାନଙ୍କୁ ରିଚାର୍ଜ ପାଇଁ ସାହାଯ୍ୟ ହୋଇଥାଏ । କେବେ ଉପଭୋକ୍ତାମାନେ ରିଚାର୍ଜ ପାଇଁ ମହଙ୍ଗା ପଡିଥାଏ । ଟେଲି ଯୋଗାଯୋଗ ବିଭାଗର ଏୟାରଟେଲ , ଜିଓ , ବିଏସଏନଏଲ ଏବଂ ଭୋଡାଫୋନ ଆଇଡିଆ ସମେତ ପ୍ରମୁଖ ଟେଲିକମ ଅପରେଟରମାନଙ୍କୁ ଏହି ସେବା ବିଳମ୍ବ ନକରି ଶୀଘ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନକଲି କଲକୁ ରୋକିବା ପାଇଁ ଏବଂ ୟୁଜର୍ସ ମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।