17.1 C
Bhubaneswar
Monday, December 22, 2025
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୩ ଜଣଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୩ ଜଣଙ୍କ ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ଫ୍ଲାଏଓଭର ନିକଟରେ ଆଜି ରାତି ପ୍ରାୟ ୯ଟା ବେଳେ ଏକ ଅଜଣା ଦ୍ରୁତଗାଡ଼ିର ଶିକାର ହୋଇଛନ୍ତି ୬ଜଣ ବାଇକ୍ ଆରୋହୀ। ଅଜଣା ଗାଡ଼ି ଧକ୍କା ଦେବାରୁ ଦୁଇଟି ବାଇକ୍‌ରେ ବସିଥିବା ୬ଜଣଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩ଜଣଙ୍କର ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତାହତମାନଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଯୋଡ଼ା ସହରର ଫ୍ଲାଏଓଭର ଦେଇ ୬ ଜଣ ଲୋକ ୨ଟି ବାଇକ୍‌ରେ କୌଣସି କାମରେ ବଡ଼ବିଲ ଅଭିମୁଖେ ଯାଉଥିଲେ। ଯୋଡା ଫ୍ଲାଏଓଭରର ଆପ୍ରୋଚ୍ ରୋଡ ନିକଟରେ ସେମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଆହତ ହୋଇଥିଲେ। ଖବରପାଇ ଘଟଣାସ୍ଥଳରେ ଯୋଡା ପୁଲିସ ପହଞ୍ଚିଥିଲା। ଗୁରୁତରମାନଙ୍କୁ ଉଦ୍ଧାର କରି ଯୋଡାସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତଦେହଗୁଡ଼ିକ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଦୁର୍ଘଟଣଗ୍ରସ୍ତ ୨ଟି ବାଇକ୍‌କୁ ଜବତ କରିଥିବା ବେଳେ ପୁଲିସ ଅଭିଯୁକ୍ତ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ଛାନ୍‌ଭିନ୍ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking