23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଉତ୍ତରପ୍ରଦେଶ ମଥୁରାରେ ମର୍ମନ୍ତୁଦ ଦୁର୍ଘଟଣା: ୬ ମୃତ

ଉତ୍ତରପ୍ରଦେଶ ମଥୁରାରେ ମର୍ମନ୍ତୁଦ ଦୁର୍ଘଟଣା: ୬ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମଥୁରା ନିକଟ ଯମୁନା ଏକ୍ସପ୍ରେସୱେରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯାତ୍ରୀମାନଙ୍କୁ ଶୌଚ ପାଇଁ ବସରୁ ଓହ୍ଲାଇବା ସମୟରେ ଏକଦ୍ରୁତଗାମୀ କଣ୍ଟେନର ସେମାନଙ୍କ ଉପରେ ଚଢିଯାଇଛି । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ବୋର ୨ଟା ୪୫ରେ ଏହି ଦୁର୍ଘଟଣା ଘଟିଛି । ବସଟି ଦିଲ୍ଲୀର ନାଙ୍ଗୋଲୋଇରୁ କାନପୁରର ରସୁଲାବାଦ ଅଭିମୁଖେ ଯାତ୍ରା କରୁଥିଲା । ସୁରିର ଥାନା ଅଞ୍ଚଳର ମାଇଲଷ୍ଟୋନ ୮୮ ନିକଟରେ ଯାତ୍ରୀମାନେ ଡ୍ରାଇଭରଙ୍କୁ ଶୌଚ ପାଇଁ ଅଟକିବାକୁ କହିଥିଲେ । ଡ୍ରାଇଭର ଗ୍ରୀନ ଜୋନରେ ଅଟକିବା ପରିବର୍ତ୍ତେ ବସକୁ ଅଟକାଇଦେଇଥିଲେ । ଯାତ୍ରୀମାନେ ଶୌଚ ପାଇଁ ବସରୁ ଓହ୍ଲାଇବା ସମୟରେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ କଣ୍ଟେନର ବସକୁ ଧକ୍କା ଦେଇଥିଲା । ଫଳରେ ତଳେ ଠିଆ ହୋଇଥିବା ଯାତ୍ରୀମାନେ ଚାପି ହୋଇଯାଇଥିଲେ । ଦୁର୍ଘଟଣାରେ ସର୍ବକଟରା ନିବାସୀ ସୋନୁ, ବସ୍ତି ନିବାସୀ ଦେବେଶ, ଗଣେଶ ପୂର୍ବା ନିବାସୀ କନୌଜ ନିବାସୀ ଅସମଲମ, ଦିଲ୍ଲୀର ପ୍ରେମନଗର ନିବାସୀ ସନ୍ତୋଷ ଏବଂ ଅନ୍ୟ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking