27.1 C
Bhubaneswar
Monday, June 23, 2025
Homeଦେଶ ବିଦେଶଭାରତରେ ବଢ଼ୁଛି ଟ୍ରାଫିକ୍ ନିୟମ ଉଲ୍ଲଂଘନ; ୧୨,୦୦୦ କୋଟି ଟଙ୍କା ଛୁଇଁଲା ଜୋରିମାନା ସଂଗ୍ରହ

ଭାରତରେ ବଢ଼ୁଛି ଟ୍ରାଫିକ୍ ନିୟମ ଉଲ୍ଲଂଘନ; ୧୨,୦୦୦ କୋଟି ଟଙ୍କା ଛୁଇଁଲା ଜୋରିମାନା ସଂଗ୍ରହ

ନୁଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ, ଜୋରିମାନା ଭୟ ସତ୍ତ୍ୱେ ଭାରତରେ ବଢ଼ୁଛି ଟ୍ରାଫିକ୍ ନିୟମ ଉଲ୍ଲଂଘନ । କେବଳ ଜୋରିମାନା ବାବଦ ସଂଗ୍ରହ କରାଯାଇଥିବା ଅର୍ଥ ପରିମାଣ ୧୨ହଜାର କୋଟିକୁ ଛୁଇଁଛି । କାର୍ସ-୨୪ ଦ୍ୱାରା ପ୍ରକାଶିତ ଏକ ସାମ୍ପ୍ରତିକ ସର୍ଭେ ରିପୋର୍ଟରୁ ଏପ୍ରକାର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କାର୍ସ ରିପୋର୍ଟ ଅନୁଯାୟୀ ଭାରତରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଆଦାୟ କରାଯାଇଥିବା ଏହି ଜରିମାନା ପରିମାଣ ଅନେକ ଛୋଟ ଦେଶର ଜିଡିପିକୁ ମଧ୍ୟ ଅତିକ୍ରମ କରିଯାଇଛି । ତେବେ ୧୨ହଜାର ଟଙ୍କାର ଜୋରିମାନା ଅର୍ଥର ଏକ ବଡ଼ ଅଂଶ (୯,୦୦୦ କୋଟି ଟଙ୍କା) ଏପର୍ଯ୍ୟନ୍ତ ଅନାଦାୟ ରହିଛି ।

ଭାରତରେ ବସବାସ କରୁଥିବା ୧୪୦ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୧୧ କୋଟି ଲୋକଙ୍କ ପାଖରେ ଗାଡ଼ି ରହିଛି । ଏହା ଦର୍ଶାଏ ଯେ ଜନସଂଖ୍ୟାର ଏକ ଛୋଟ ଅଂଶ ବହୁ ସଂଖ୍ୟକ ନିୟମ ଉଲ୍ଲଂଘନ ପାଇଁ ଦାୟୀ, ଯାହା ଟ୍ରାଫିକ ଶୃଙ୍ଖଳା ଏବଂ ଦାୟିତ୍ୱହୀନତା ସମ୍ବନ୍ଧରେ ଚିନ୍ତା ଉପୁଜାଉଛି । ସର୍ଭେରେ ଯେଉଁ ଗାଡି ଚାଳକଙ୍କୁ ସାମିଲ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୪୩.୯% ଦାବି କରିଛନ୍ତି ଯେ ସେମାନେ ପୁଲିସ୍ ଉପସ୍ଥିତ ଥାଉ କି ନଥାଉ, ସର୍ବଦା ଟ୍ରାଫିକ ନିୟମ ପାଳନ କରନ୍ତି । ସେହିପରି ୩୧.୨% ଲୋକ ପୁଲିସ୍ ଅଛନ୍ତି କି ନାହିଁ ଯାଞ୍ଚ କରି ଗାଡ଼ି ଚଳାନ୍ତି । ଆଉ ୧୭.୬% ଲୋକ ସ୍ୱୀକାର କରିଛନ୍ତି ଯେ ସେମାନେ ଜରିମାନାରୁ ବଞ୍ଚିବା ପାଇଁ ଟ୍ରାଫିକ୍ ପୁଲିସ୍ ଦେଖିବା ମାତ୍ରେ ଅନ୍ୟ ଉପାୟ ଆପଣାଇଥାନ୍ତି । ରାସ୍ତା ଓ ପରିବହନ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ୨୦୨୨ ମସିହାରେ ଟ୍ରାଫିକ ନିୟମ ଉଲ୍ଲଂଘନ ହେତୁ ୧,୬୮,୪୯୧ ଲୋକଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking