17.1 C
Bhubaneswar
Tuesday, December 9, 2025
Homeଓଡିଶାରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ଏଥି ସହିତ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୋଲିସ ।   ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ  ଏୟାରପୋର୍ଟରୁ ଜୟଦେବ ବିହାର  ଦେଇ ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜରୁ କସ୍ମ ପୋଲିସ ଛକ , ଏମ୍ସ ଅଣ୍ଡର ପାସ ରାସ୍ତା ବନ୍ଦ ରହିବ ।  ଏୟାରପୋର୍ଟ ଛକ କ୍ୟାପିଟାଲ ହସ୍ପିଟାଲ , ଏଜି ଛକ , ରାଜଭବନ ଛକ, ପାୱାର ହାଉସ ଛକ ଦେଇ ବନ୍ଦ ରହିବ ଗାଡି ମୋଟର ଚଳାଚଳ ।  ସେହିପରି ୧୨୦ ବାଟାଲିୟନ ଛକ , ଶାସ୍ତ୍ରୀ ନଗର , ବେହେରା ସାହି , ଜୟଦେବ ବିହାର ଛକରୁ  ବାମ ମୋଡ ଦେଇ ୧୬ ନଂ ଜାତୀୟ ରାଜପଥ ଦେଇ  ଏମ୍ସ ଅଭିମୁଖେ ଦେଇ  ଯିବେ ରାଷ୍ଟ୍ରପତି । ସନ୍ଧ୍ୟା ସାଢେ ୬ଟାରୁ ୬ଟା ୫ ମିନିଟ ଭିତରେ  ଏମ୍ସ ରୁ ରାଜଭବନ ରାସ୍ତା ବନ୍ଦ ରଖାଯିବ । ଏସବୁ ରାସ୍ତା ଦେଇ ଯାତ୍ରା କରିପାରିବେ ନାହିଁ କିମ୍ବା ଗଳି ରାସ୍ତା ଦେଇ ଯାଇପାରିବେ ନାହିଁ ।  ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ମହାମହିମଙ୍କ ଗସ୍ତକୁ ନେଇ ଟ୍ବିନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିସନରେଟ ପୁଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking