31.1 C
Bhubaneswar
Sunday, March 30, 2025
Homeଓଡିଶାବିକ୍ଷୋଭ ପାଇଁ ଟ୍ରାଫିକ କଟକଣା

ବିକ୍ଷୋଭ ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର : ବିକ୍ଷୋଭ ପାଇଁ ଟ୍ରାଫିକ କଟକଣା ରହିଛି । କାଲି ରାଜମହଲ ଛକରୁ ରୁପାଲି ଯାଏଁ ଗାଡି ଚଳାଚଳ ବାରଣ ରହିଛି । ରାଜନୈତିକ ଦଳଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି । ବିକ୍ଷୋଭ ପାଇଁ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା  ରହିଛି ।ଏହି ମାର୍ଗରେ ନ ଯିବାକୁ କମିସନରଟେ ପୋଲିସ ସୂଚନା ଦେଇଛନ୍ତିସୂଚନା ଅନୁସାରେ, ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ । ରାଜ୍ୟ ସାରାରୁ ସାମିଲ ହେବେ ହଜାର ହଜାର କର୍ମଚାରୀ । ରାମ ମନ୍ଦିର ସାମ୍ନାରୁ ପଦଯାତ୍ରାରେ ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ ରାଲି । ଏହି ଆନ୍ଦୋଳନର ନେତୃତ୍ୱ ନେବେ ମହିଳା । ନାରୀ ନିର୍ଯାତନା ପ୍ରସଙ୍ଗ ସହିତ ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କୁ ଯେଉଁଭଳି ଭାବରେ ଅସମ୍ମାନ କରାଯାଇଅଛି ତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବ ଦଳ । ଏନେଇ ଆଜି ପିସିସି ସଭାପତିଙ୍କ ନେତୃତ୍ବରେ ବୈଠକ ଅନୁଷ୍ଠିତ ହେଇଥିଲା । ସେହି ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହିତ ବରିଷ୍ଠ ନେତା ମଧ୍ୟ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking