31.1 C
Bhubaneswar
Friday, February 6, 2026
Homeଓଡିଶାଆନ୍ତର୍ଜାତୀୟ ଶ୍ରମିକ ଦିବସରେ ମଜୁରୀ ବୃଦ୍ଧି ଓ ଶ୍ରମକୋଡ଼ ପ୍ରତ୍ୟାହାର ଦାବି କଲା ଶ୍ରମିକ ସଂଘ 

ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ମଜୁରୀ ବୃଦ୍ଧି ଓ ଶ୍ରମକୋଡ଼ ପ୍ରତ୍ୟାହାର ଦାବି କଲା ଶ୍ରମିକ ସଂଘ 

ଯାଜପୁର: ଯାଜପୁର ଜିଲ୍ଲା ର କଳିଙ୍ଗ ନଗର ସୁକିନ୍ଦାରୋଡ ରେଳ ଷ୍ଟେସନ ଠାରେ୧୩୯ତମ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ପରିପେକ୍ଷୀରେ ସୁକିନ୍ଦାରୋଡ ମେନେରାଲ ଲୋଡିଙ୍ଗ ଓ ଉନଲୋଡିଂ ଲେବର ୟୁନିଅନ ର ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତାରେ ଏକ ଶ୍ରମିକ ସମାବେଶ ଆୟୋଜିତ ହୋଇଥିଲା, ଏହି ଶ୍ରମିକ ସମାବେଶ ରେ ଶ୍ରୀ ମହାନ୍ତି ରାଜ୍ୟ ଓ କେନ୍ଦ୍ରସରକାର ବିଭିନ୍ନ କଳକାରଖାନା ରେ ଶ୍ରମିକ ମାନେ ବିପଦପୂର୍ଣ୍ଣ କାର୍ଯ୍ୟ ରେ ନିୟୋଜିତ ଥିଲେ ହିଁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ ତତସହିତ ବେସରକାରୀ କର୍ମଚାରୀମାନେ ବେତନ ଠିକ ସମୟରେ ପାଉନାହାନ୍ତି। ଠିକାସଂସ୍ଥା ରେ କାମ କରୁଥିବା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ନ ଦେବା, ଏପରିକି ଅଣସଂଗଠିତ ଶ୍ରମିକ ମାନଙ୍କ ସାମାଜିତ ସୁରକ୍ଷାଲାଗି ବଜେଟ କରାଯାଉ, ରାଜ୍ୟସରକାର ଙ୍କଖାଲଥିବା ନିର୍ମାଣଶ୍ରମିକ କଲ୍ୟାଣ ବୋର୍ଡ଼ ଅଧକ୍ଷ ପଦବୀ ପୂରଣ ନ କରିବାଯୋଗୁ ସାଧାରଣହିତାଧିକାରୀ ସହାୟତା ରୁ ବଚିତ ହେଉଥିବାରୁ ଏହି ଅବହେଳା କୁ ଦୃଢ଼ ସମାଲୋଚନା କରିଥିଲେ। ଏହି ଶ୍ରମିକ ସମାବେଶ ରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଅଭିମନ୍ୟୁ ପାତ୍ର ଜିନ୍ଦଲଠିକା ଶ୍ରମିକ ସଂଘ ସମ୍ପାଦକ ଲଷ୍ମୀଧର ପାତ୍ର, ଆଇ, ଏନ, ଟି, ୟୁ, ସି, ସମ୍ପାଦକ ମୂନେଶ୍ୱର ନାୟକ, କେ, କେ, ସି, ନେତା ମିଲୁପାତ୍ର ପ୍ରମୁଖ କେନ୍ଦ୍ରସରକାର ୧୨ ଘଣ୍ଟା କାର୍ଯ୍ୟ ଓ ୪ଗୋଟି ଶ୍ରମକୋଡ଼ ପ୍ରତ୍ୟାହାର କରିବା ସହିତ ସର୍ବନିମ୍ନ ୧୮ ହଜାରଟଙ୍କା ମାସିକ ଦରମା ପ୍ରଦାନ କରିବାକୁ ଦାବି କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking