20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶନଦୀରେ ଓଲଟି ପଡ଼ିଲା ଟ୍ରାକ୍ଟର : ୮ ନିଖୋଜ

ନଦୀରେ ଓଲଟି ପଡ଼ିଲା ଟ୍ରାକ୍ଟର : ୮ ନିଖୋଜ

ମହାରାଷ୍ଟ୍ର : ନଦୀ ପାର୍‌ ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର, ଭାସିଗଲେ ପ୍ରାୟ ୮ଜଣ। ସେମାନଙ୍କୁ ଖୋଜିବା ନିମନ୍ତେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ପତ୍ତା ମିଳୁ ନ ଥିବା ଜଣାଯାଇଛି। ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲା ଇଚଲକରଞ୍ଜି ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଆଜି ପ୍ରାୟ ୮ ଜଣ ଏକ ଟ୍ରାକ୍ଟରରେ ବସି ଇଚଲକରଞ୍ଜି ନିକଟରେ ପ୍ରବାହିତ ହେଉଥିବା କ୍ରୀଷ୍ଣାନଦୀର ଏକ ପୋଲ ଅତିକ୍ରମ କରୁଥିଲେ। ଉକ୍ତ ସମୟରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ପାଣିର ପ୍ରଖର ସ୍ରୋତରେ ଶ୍ରମିକମାନେ ଭାସି ଯାଇଛନ୍ତି। ଖବର ପାଇ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ରେସକ୍ୟୁ ପାଇଁ ଏନଡିଆରଏଫ ଟିମ୍‌ ପହଞ୍ଚିଥିବା ଜଣାଯାଇଛି। ତେବେ ଦୀର୍ଘ ସମୟ ଖୋଜାଖୋଜି ପରେ ବି ନିଖୋଜଙ୍କ ସନ୍ଧାନ ମିଳି ପାରିନି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking