25.1 C
Bhubaneswar
Saturday, February 7, 2026
Homeଓଡିଶାଦୋକାନ ଭିତରକୁ ମାଡିଗଲା ଟ୍ରାକ୍ଟର: ଅଳ୍ପକେ ବର୍ତ୍ତିଲେ ଦୋକାନୀ

ଦୋକାନ ଭିତରକୁ ମାଡିଗଲା ଟ୍ରାକ୍ଟର: ଅଳ୍ପକେ ବର୍ତ୍ତିଲେ ଦୋକାନୀ

କଟକ: ପାନ ଦୋକାନ ଭିତରକୁ ମାଡିଗଲା ଟ୍ରାକ୍ଟର । ଅଳ୍ପକେ ବର୍ତ୍ତିଗଲେ ଦୋକାନୀ । ଘଟଣାଟି କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ବଜାରରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ସୁଶୀଲ ଚନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ଜପକୁଦ ବଜାରରେ ପାନ ଦୋକାନ କରିଥିଲେ । ଆଜି ସକାଳେ ହଠାତ୍ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଆସି ପାନ ଦୋକାନ ଭିତରକୁ ପଶି ଯାଇଥିଲା । ଏହାପରେ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ସୁଶୀଲ ଏବଂ ଅନ୍ୟ କିଛି ବ୍ୟକ୍ତି ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିଲେ । ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଲରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking