21.1 C
Bhubaneswar
Tuesday, December 30, 2025
Homeଦେଶ ବିଦେଶଟ୍ରାକ୍ଟର-ବାଇକ ଧକ୍କା: ଜଣେ ମୃତ

ଟ୍ରାକ୍ଟର-ବାଇକ ଧକ୍କା: ଜଣେ ମୃତ

ନୂଆଦିଲ୍ଲୀ: ଟ୍ରାକ୍ଟର ବାଇକ ଧକ୍କାରେ ବାଇକ ଆରୋହୀ ମାଆଙ୍କ ମୃତ୍ୟୁ । ବିଳାସପୁର ତହସିଲ ଖଜୁରିଆ ଥାନା ଅଞ୍ଚଳର ଗ୍ରାମ ନିବାସୀ ଚାଷୀ ଜଗଦୀଶ ଙ୍କ ସପରିବାର ସୋମବାର ସନ୍ଧ୍ୟାରେ ତାଙ୍କ ଭଉଣୀକୁ ଭେଟିବାକୁ ଯାଉଥିଲେ । ଏହରୋ ଗ୍ରାମସ୍ଥିତି ପଶୁଚିକିତ୍ସାଳୟ ସମ୍ମୁଖରେ ଏକ ଦ୍ରୁତଗାମୀ ଟ୍ରାକ୍ଟର ଟ୍ରଲି ସେମାନଙ୍କ ମୋଟରସାଇକେଲକୁ ମୁହାଁମୁହିଁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଯାଇଥିଲା । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି । ଅନ୍ୟପଟେ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ମୃତକଙ୍କ ପରିବାର ଲୋକଙ୍କ ମନ ଦୁଃଖରେ ଭାଙ୍ଗି ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking