30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶପର୍ଯ୍ୟଟନ କେବଳ ମନୋରଞ୍ଜନ ନୁହେଁ ବରଂ ବିବିଧତାର ଏକ ଉତ୍ସବ: ମୋଦି

ପର୍ଯ୍ୟଟନ କେବଳ ମନୋରଞ୍ଜନ ନୁହେଁ ବରଂ ବିବିଧତାର ଏକ ଉତ୍ସବ: ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବାରଡୋରାରୁ  ଭିଡିଓ କନଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସିକିମ ବାସୀଙ୍କୁ  ସମ୍ବୋଧନ କରିବା ସହ  ଆତଙ୍କବାଦ ବିରୋଧରେ ଭାରତର ଦୃଷ୍ଟିକୋଣ   ଉପସ୍ଥାପନା କରିଥିଲେ । ଦେଶର ବଡ଼ ବଡ଼ ଶିଳ୍ପପତିମାନେ ଅଂଶଗ୍ରହଣ କରିଥିଲେ। ମୋଦି କହିଥିଲେ  ସିକିମର ଲୋକମାନେ ପଯ୍ୟଟନର ଶକ୍ତିକୁ ବୁଝନ୍ତି । ପର୍ଯ୍ୟଟନ କେବଳ ମନୋରଞ୍ଜନ ନୁହେଁ ।  ବରଂ ବିବିଧତାର ଏକ ଉତ୍ସବ । ପହଲଗାମରେ ଆତଙ୍କବାଦୀମାନେ  ଯାହା କଲେ ତାହା ଭାରତୀୟଙ୍କ ଉପରେ ଆକ୍ରମଣ ନୁହେଁ।  ମାନବିକତାର ଭାବନା ଉପରେ ଆକ୍ରମଣ କରିଥିଲେ ।

ଆତଙ୍କବାଦୀମାନେ ଭାରତର ଅନେକ ପରିବାରର ଖୁସି ଛଡ଼ାଇ ନେଇଗଲେ। ଦେଶର ଲୋକଙ୍କୁ ବିଭାଜିତ କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଥିଲା। ଅପରେସନ ସିନ୍ଦୁର ମାଧ୍ୟମରେ ପାକିସ୍ତାନକୁ ବିଶ୍ୱ ସମ୍ମୁଖରେ ପର୍ଦାଫାସ କରାଯାଇଛି। ସେନା ତାଙ୍କୁ ଉଚିତ ଜବାବ ଦେଇଛି। ସିକିମର ଏକ ରାଜ୍ୟ ଭାବରେ ୫୦ ବର୍ଷର ଏହି ମାଇଲଖୁଣ୍ଟ ସମସ୍ତଙ୍କ ପାଇଁ ପ୍ରେରଣା। ୫୦ ବର୍ଷ ପୂର୍ବେ, ସିକିମ୍ ନିଜ ପାଇଁ ଏକ ଗଣତାନ୍ତ୍ରିକ ଭବିଷ୍ୟତ ବାଛିଥିଲା। ସିକିମର ସନ୍ତୁଳିତ ବିକାଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୫୦ ବର୍ଷ ମଧ୍ୟରେ ସିକିମ ପ୍ରକୃତି ସହିତ ପ୍ରଗତିର ଏକ ମଡେଲ ପାଲଟିଛି। ଏହା ଏକ ୧୦୦% ଜୈବିକ ରାଜ୍ୟ ହୋଇଗଲା।

ଦେଶର ସେହି ରାଜ୍ୟଗୁଡ଼ିକ ମଧ୍ୟରେ ସିକିମ୍ ଅନ୍ୟତମ ଯେଉଁଠାରେ ମୁଣ୍ଡପିଛା ଆୟ ସର୍ବାଧିକ। ଘଊଇ ସରକାର ବିଶେଷ ଭାବରେ ଉତ୍ତର-ପୂର୍ବ ଭାରତକୁ ବିକାଶର କେନ୍ଦ୍ରରେ ରଖିଛି। ‘ଆକ୍ଟ ଇଷ୍ଟ’ ନୀତିକୁ ‘ଆକ୍ଟ ଫାଷ୍ଟ’ ପଦ୍ଧତି ସହିତ ଅନୁସରଣ କରାଯାଉଛି। ଗତ ପଚାଶ ବର୍ଷ ମଧ୍ୟରେ, ସିକ୍କିମ ସ୍ଥାୟୀ ବିକାଶ ଏବଂ ପରିବେଶ ସଚେତନ ଶାସନର ଏକ ଉଦାହରଣ ପାଲଟିଛି, ଏହାର ସବୁଜ ପଦକ୍ଷେପ ଏବଂ ପରିବେଶଗତ ନେତୃତ୍ୱ ପାଇଁ ପ୍ରଶଂସା ପାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking