27.1 C
Bhubaneswar
Tuesday, April 1, 2025
Homeଓଡିଶାପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି ୮୨୦ କୋଟି ପାରିତ; ସାତଟି ପର୍ଯ୍ୟଟନ କ୍ଷେତ୍ରରେ ହେଉଛି ବିକାଶ

ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି ୮୨୦ କୋଟି ପାରିତ; ସାତଟି ପର୍ଯ୍ୟଟନ କ୍ଷେତ୍ରରେ ହେଉଛି ବିକାଶ

– ପ୍ରଚାର-ପ୍ରସାର ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୭୬.୫୦ କୋଟି

ଭୁବନେଶ୍ୱର : ଚିଲିକା, ଦେଓମାଳି, ଧଉଳୀ, ଖଣ୍ଡଗିରି-ଉଦୟଗିରି, ଖିଚିିଂ, ସାତକୋଶିଆ ଓ ଶିମିଳିପାଳ ଭଳି ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଚିହ୍ନଟ କରି ‘ଏକୀକୃତ ମାଷ୍ଟରପ୍ଲାନ’ ଅନୁସାରେ ବିକାଶ କରାଯାଉଛି। ସେହିପରି ଆଠଟି କ୍ଷେତ୍ରରେ ବହୁଳ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଛି। ସେଇ କ୍ଷେତ୍ରଗୁଡ଼ିକ ହେଉଛି ସ୍କାରକୀ, ଧାର୍ମିକସ୍ଥଳୀ, ଶ୍ରୀକ୍ଷେତ୍ର ଧାମ, ବେଳାଭୂମି, ନଦନଦୀ, ପର୍ବତଶୀଖର, ହସ୍ତଶିଳ୍ପ ଓ ମେଳା ମହୋତ୍ସବ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭୬.୫୦ କୋଟି ଟଙ୍କା ବଜେଟ୍‌ରେ ବ୍ୟୟ ବରାଦ ହୋଇଛି। ଏହି ସୂଚନା ଦେଇଛନ୍ତି ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଶୁକ୍ରବାର ବିଧାନସଭାରେ ଅନୁମୋଦନ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପର୍ଯ୍ୟଟନ ବିଭାଗର ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ସର୍ବମୋଟ୍ ୮୨୦ କୋଟି ଟଙ୍କାର ଖର୍ଚ୍ଚ ଦାବି ଆଗତ କରିଛନ୍ତି। ଏଥିରେ ପ୍ରଶାସନିକ ବ୍ୟୟ ବାବଦରେ ୨୦ କୋଟି ଟଙ୍କା ରହିଥିବାବେଳେ ଯୋଜନା ଅର୍ଥ ବାଦଦକୁ ୮୦୦ କୋଟି ଟଙ୍କା ବ୍ୟୟ ବରାଦ ଅନ୍ତର୍ଭୁକ୍ତ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ପର୍ଯ୍ୟଟନ ବିଭାଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରାଜ୍ୟର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ ପର୍ଯ୍ୟଟନ ବିଭାଗ ସଦା ସର୍ବଦା ପ୍ରଚେଷ୍ଟାରତ। ସେଥିପାଇଁ ଐତିହ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟସ୍ଥଳୀଗୁଡ଼ିକିର ସଂରକ୍ଷଣ ଉପରେ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି। ଭିତ୍ତିଭୂମି ବିକାଶ ଉପରେ ବି ଫୋକସ୍ ରହିଛି। ଏଥିପାଇଁ ବଜେଟ୍‌ରେ ୩୫୫ କୋଟି ବ୍ୟୟ ବରାଦ ହୋଇଛି। ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨ ଆଧାରରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯାଉଛି ବୋଲି ଶ୍ରୀମତୀ ପରିଡ଼ା ପ୍ରକାଶ କରିଛନ୍ତି। ଶେଷରେ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍‌ରେ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି ପାରିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking