31.1 C
Bhubaneswar
Saturday, May 17, 2025
Homeଦେଶ ବିଦେଶକାଲି ଆଣ୍ଡାମାନ ଛୁଇଁବ ମୌସୁମୀ !

କାଲି ଆଣ୍ଡାମାନ ଛୁଇଁବ ମୌସୁମୀ !

ନୂଆଦିଲ୍ଲୀ: ଆସନ୍ତାକାଲି ମୌସୁମୀ ଆଣ୍ଡାମାନ ଛୁଇଁବା  ନେଇ ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଛୁଇଁବା ନେଇ ସମ୍ଭାବନା ରହିଛି । ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରରେ  ପାଣିପାଗ ଅନୁରୂଳ ରହିଛି । ଦକ୍ଷିଣ ପଶ୍ଚିମ  ମୌସୁମୀବାୟୁ ଅଗ୍ରସର  ପାଇଁ ଅନୁକୁଳ ରହିଛି ।  ମେ ୨୭ରେ କେରଳ ଛୁଇଁବା ନେଇ ସମ୍ଭାବନା ରହିଛି ।  ଏପଟେ ତାତିରୁ ମିଳୁନି ନିସ୍ତାର ।  ପ୍ରଚଣ୍ଡ ତାତିର ପ୍ରକୋପରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଯେମିତି ଆକାଶରୁ ଖସୁଛି ନିଆଁ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ରାଜ୍ୟରେ ଏଭଳି ଅସହ୍ୟ ଖରା ଆହୁରି ୪ ଦିନ ଲାଗିରହିବ । ୧୫ ତାରିଖ ପର‌୍ୟ୍ୟନ୍ତ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଗତକାଲି ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରି ପାର୍ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking