19.1 C
Bhubaneswar
Friday, February 13, 2026
Homeଓଡିଶାଆସନ୍ତା କାଲି ସ୍ନାନ ପୂର୍ଣ୍ଣିମା

ଆସନ୍ତା କାଲି ସ୍ନାନ ପୂର୍ଣ୍ଣିମା

ପୁରୀ: ରାତି ପାହିଲେ ସ୍ନାନ ପୂର୍ଣ୍ଣିମା । ମହାପ୍ରଭୁ କଳାଶ୍ରୀମୁଖ ହେ କାଳିଆ ସାଆନ୍ତ ଜୟ ଜଗନ୍ନାଥଙ୍କ ସ୍ନାନ ଯାତ୍ରା। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଏକ ଅନନ୍ୟ ଭକ୍ତ ଗଣପତି ଭଟ୍ଟଙ୍କ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଗଜାନନ ବେଶ ରେ ସ୍ନାନ ମଣ୍ଡପରେ ଉଭା ହେବେ। ସାରା ବିଶ୍ୱକୁ ସ୍ନାନବେଦୀରେ ଦିବ୍ୟଦର୍ଶନ ଦେବେ ମହାପ୍ରଭୁ । ଏହି ଅବସରରେ ଶ୍ରୀମନ୍ଦିରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି । ଏହି ସ୍ନାନ ପୂର୍ଣ୍ଣମା ଅର୍ଥାତ କାଲିଠାରୁ ଦଇତାପତି ମାନଙ୍କର ଦଳଗତ ଭାବରେ ସେବା କାର୍ଯ୍ୟରେ ନିୟୋଜିତ ହେବେ । ସେଥିଲାଗି ଗୁରୁବାର ମଧ୍ୟରାତ୍ରୀରୁ ଆରମ୍ଭ ହୋଇଥିବା ସେନାପଟା ଲାଗି ଆଜି ଦିନ ୧୧ଟା ପର୍ଯ୍ୟନ୍ତ ଚାଲୁ ରହିବ । ଖବର ଅନୁଯାୟୀ, ନୀତିନିର୍ଘଣ୍ଟ ସୂଚୀ ଅନୁସାରେ ମଙ୍ଗଳାର୍ପଣ ଭୋର ୩ଟା ୩୦ରୁ ଆରମ୍ଭ ହୋଇ ପରେ ପୁଷ୍ପାଞ୍ଜଳି ଏବଂ ଡୋରଲାଗି ନୀତି ହୋଇ ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ଆରମ୍ଭ ୪ଟା ରୁ ୬ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ବିଭିନ୍ନ ପ୍ରକାରର ନୀତି ମଙ୍ଗଳ ଆଳତି, ତଡପ ଲାଗି, ମଇଲମ, ଦ୍ୱାରପାଳ ପୂଜା ସୂର୍ଯ୍ୟ ପୂଜାର ସମ୍ପନ୍ନ ହେବ । ପୂଜାବିଧି ପରେ ଶ୍ରୀଜୀଉମାନଙ୍କୁ ଶହେ ଆଠ ଗରା ସୁଗନ୍ଧିତ ଜଳରେ ରୀତିନୀତି ଅନୁସାରେ ସ୍ନାନ କରାଯିବ । ଶହେ ଆଠ ଗରା ସୁବାସିତ ଜଳରୁ ବଡ ଠାକୁରଙ୍କର ୩୩ ଗଡା, ମହାପ୍ରଭୁଙ୍କ ୩୫ ଗରା, ମା ସୁଭଦ୍ରାଙ୍କର ୨୨ ଗରା ଏବଂ ସୁଦର୍ଶନଙ୍କ ୧୮ ଗରା ସୁଗନ୍ଧିତ ଜଳରେ ସ୍ନାନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking