28.1 C
Bhubaneswar
Tuesday, February 3, 2026
Homeଓଡିଶାଟୋକନ ସମସ୍ୟା: ଖୁଚୁରା ଧାନ ବିକିଲେ ଚାଷୀ

ଟୋକନ ସମସ୍ୟା: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର: ଖୋଲା ମାର୍କେଟରେ ଧାନ ବିକିଲେ ସମ୍ବଲପୁର ଚାଷୀ । ରାଜ୍ୟ ସରକାର ଧାନ କିଣୁନଥିବାରୁ ସେମାନେ ଖୋଲା ମାର୍କେଟରେ ଧାନ ବିକିଛନ୍ତି । ପ୍ରତୀକାତ୍ମକ ଭାବେ ସେମାନେ ଏପରି ଖୋଲା ବଜାରରେ ଧାନ ବିକ୍ରି କରି ପ୍ରତିବାଦ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାର ବୋଧ ହୁଏ ଏ ବର୍ଷ ଧାନ କିଣିବେ ନାହିଁ । କିଣି ପାରିବେ ନାହିଁ । ଚାଷୀଙ୍କୁ ଏଯାଏଁ ଟୋକନ ଦିଆଯାଇନାହିଁ । ବାଧ୍ୟ ହୋଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବୁ ବୋଲି ସେମାନେ କହିଛନ୍ତି । ଯୋଗାଣ ମନ୍ତ୍ରୀଙ୍କ କଥାକୁ ମଧ୍ୟ ସେମାନେ କଡା ନିନ୍ଦା କରିଛନ୍ତି । ମଣ୍ଡିରେ ବିକି ନ ପାରିଲେ ଖୋଲା ମାର୍କେଟରେ ଧାନ ବିକ ବୋଲି ମନ୍ତ୍ରୀ କହିଥିଲେ ଏହି ଅଭିଯୋଗ ଚାଷୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking