15.1 C
Bhubaneswar
Wednesday, December 17, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ପାରିବାରିକ ଜୀବନ ସୁଖ ସନ୍ତୋଷରେ ପୂର୍ଣ୍ଣ ହେବ। ଅଶ୍ୱିନୀ ନକ୍ଷତ୍ର କୃଷି ସମ୍ପଦରୁ ଲାଭବାନ୍ ହେବା ଆଶା ଅଛି। ରାଜନୀତି କ୍ଷେତ୍ରରେ ଅଗ୍ରସର ହେବା ଜଣାଯାଏ। ଚାକିରୀ କ୍ଷେତ୍ରରେ ସବୁ କିଛି ଠିକ ଠାକ୍ ରହିବ। ମହିଳାମାନେ ସନ୍ତାନର କୃତିତ୍ୱରେ ଖୁସି ହେବେ।

ବୃଷ : କୃତୀକା ନକ୍ଷତ୍ର ହେତୁ ଶାରୀରିକ ସ୍ତରରେ ସକରାତ୍ମକ ଭାବନା ବୃଦ୍ଧି ପାଇବ। ଆର୍ଥିକ ସମସ୍ୟା ହେତୁ ଅସୁବିଧା ହୋଇପାରେ। କର୍ମକ୍ଷେତ୍ରରେ ଅପମାନ ପାଇପାରନ୍ତି। କାର୍ଯ୍ୟ ବ୍ୟସ୍ତତା କାରଣରୁ ଆପଣ ପରିବାର ପାଇଁ ଅଧିକ ସମୟ ଦେଇ ପାରିବେ ନାହିଁ।

ମିଥୁନ : ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣ ନୂତନ ଚିନ୍ତାଧାରା ପ୍ରୟୋଗ କରି ପ୍ରଶଂସିତ ହେହବେ। ମୃଗଶୀର ନକ୍ଷତ୍ର ହେତୁ ପାରିବାରିକ ସମ୍ପତି ଉପରେ ଗଣ୍ଡଗୋଳ ହୋଇପାରେ। ମହିଳାମାନେ ସନ୍ତାନ ସନ୍ତତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ସମାନ୍ୟ ଚିତିନ୍ତ ରହିବେ।

କର୍କଟ : ଆପଣ କରୁଥିବା କାର୍ଯ୍ୟରେ ସଫଳ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟସାୟରେ ଲାଭବାନ୍ ହେବେ। ନିଜର ସ୍ଥିରତା ବଜାୟ ରଖନ୍ତୁ। ଦେହ ଓ ମନ ଭଲ ରହିବ। ବିଦ୍ୟାର୍ଥୀମାନେ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ସିଂହ : ପାରିବାରିକ ଜୀବନ ତଥା ସ୍ୱାସ୍ଥ୍ୟ ଭଲ ରହିବ। ଉପରିସ୍ଥ ଅଧିକାରୀ ଆପଣଙ୍କୁ ହଇରାଣ କରିବେ। ଶରୀର ସୁସ୍ଥ ରହିବ। ଯଦି କେହି ଆପଣଙ୍କୁ ଭଲ ଲାଗୁ ଥାଆନ୍ତି, ତେବେ ଆପଣଙ୍କ ଭାବନାକୁ ତାଙ୍କ ନିକଟରେ ପ୍ରକାଶ କରିବାର ଏହା ହେଉଛି ପ୍ରକୃଷ୍ଠ ସମୟ।

କନ୍ୟା : ଆଜି ହଠାତ୍ ବନ୍ଧୁ ସହଯୋଗ ପାଇ ପଦୋନ୍ନତି ହୋଇପାରନ୍ତି। ବ୍ୟବସାୟରେ ଲାଭବାନ୍ ହେବେ। ପାରିବାରିକ ଜୀବନରେ କିଛିଟା ମତାନ୍ତର ହେବାର ସମ୍ଭାବନା ରହିଛି। ମହିଳା ଓ ବିଦ୍ୟାର୍ଥୀମାନେ ଦୂରସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି।

ତୁଳା : ଜଗିରଖି ଖର୍ଚ୍ଚ କରନ୍ତୁ। ନିଜର ଉପରେ ନିୟନ୍ତ୍ରଣ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ। ଆପଣ ପ୍ରତିଯୋଗିତାରେ ଅଶଂଗ୍ରହଣ କରିପାରନ୍ତି। ବ୍ୟବସାୟରେ ବନ୍ଧୁ ସାହାଯ୍ୟ ମିଳିବ। ଦେହ, ମନ ଓ ସ୍ୱାସ୍ଥ୍ୟ ମଧ୍ୟମ ରହିବ।

ବିଛା : ଆଜି ମନ ଭଲ ରହିବ ନାହିଁ। ଅନୁରାଧା ନକ୍ଷତ୍ର ଯୋଗୁ ଗଣ୍ଡଗୋଳ ଦେଖାଦେବ। ଶରୀର ଅସୁସ୍ଥ ରହିବ। ନିଜର ଧୌର୍ଯ୍ୟ ହେତୁ ଆତ୍ମବିଶ୍ୱାସ ବଢ଼ିବ। ସମସ୍ୟାକୁ ଆପଣ କିଛି ଅଂଶରେ ଏଡ଼ାଇ ଦେଇପାରିବେ। ନିଜର କର୍ମକ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ।

ଧନୁ : ଆପଣ ନୂତନ କର୍ମନିଯୁକ୍ତି ପାଇପାରନ୍ତି। ପୂର୍ବବର୍ଷର ଅଭିଜ୍ଞତାରୁ ଆପଣ ଏବର୍ଷ ଅର୍ଥ ରୋଜଗାର ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରିବାରକୁ ସବୁଦିଗରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆପଣ ଚିତିନ୍ତ ରହିବେ। ଶାରୀରିକ ସୁସ୍ଥ ରହିବ।

ମକର : ଶ୍ରବଣା ନକ୍ଷତ୍ର ପ୍ରିୟଜନଙ୍କ ସହିତ ସୁକାର୍ଯ୍ୟ କରିପାରନ୍ତି। ଆଜି ଦିନଟି ଖୁବ୍ ଆନନ୍ଦ ଉଲ୍ଲାସର ସହିତ କଟିବ। ଦେହ, ମନ ଓ ସ୍ୱାସ୍ଥ୍ୟ ଭଲ ରହିବ। ମହିଳାମାନେ ସନ୍ତାନ ସନ୍ତିତଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି।

କୁମ୍ଭ : ଶାରୀରିକ କଷ୍ଟରୁ ମୁକ୍ତି ପାଇପାରନ୍ତି। କର୍ମକ୍ଷେତ୍ରରେ ବନ୍ଧୁ ସାହାଯ୍ୟର ସମ୍ମାନୀତ ହେବେ। ଦେଖି ଚାହିଁ ଖର୍ଚ୍ଚ କରନ୍ତୁ ଓ ନିଜ ଉପରେ ନିୟନ୍ତ୍ରଣ ରଖିବା ବୁଦ୍ଧିମାନ କାମ ହେବ।

ମୀନ : ପରିବାରକୁ ଖୁସିରେ ରଖିବା ପାଇଁ ଆପଣଙ୍କୁ କିଛି କରିବରାକୁ ପଡ଼ିବ। ପ୍ରକୃତ ସମୟରେ ମୂଲ୍ୟ ଉପଯୋଗ କରନ୍ତୁ। ସକରାତ୍ମକ ମନୋଭାବ ପୋଷଣ କରନ୍ତୁ। ଏଥିରୁ ଆପଣଙ୍କୁ ବହୁତ ଲାଭ ମିଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking