ମେଷ : ଧର୍ମ ବିଶ୍ୱାସୀ ହୋଇପାରନ୍ତି। ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଉତମ ବ୍ୟକ୍ତିଯୁକ୍ତ ହେବେ। ପରଦେଶବାସୀ, ମଧୁରଭାଷୀ ଓ ସହନଶୀଳ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହେବେ।
ବୃଷ : ଦାନଶୀଳ ହେବେ। ମିଷ୍ଠାନ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ସୁଖ ମିଳିବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ମାଲିମୋକଦ୍ଦମାରେ ବିଜୟୀ ହେବେ।
ମିଥୁନ : ସ୍ୱାସ୍ଥ୍ୟହାନି ଘଟିପାରେ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଥଣ୍ଡା କଫ ଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚଂଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି।
କର୍କଟ : ବିଭିନ୍ନ ସ୍ତର ଏପରିକି ସରକାରୀ ସ୍ତରରୁ ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ଓ ନିରାମୟ ଜୀବନଯାପନ କରିବେ। ଚଂଚଳ ପ୍ରକୃତିର ହେବେ। ଲୋକ ପ୍ରିୟ ଅର୍ଜନ କରିବେ।
ସିଂହ : ଶତ୍ରୁ ଦମନ ପାଇଁ ଶକ୍ତି ସଂଚୟ କରିବେ। ପରିଶ୍ରମର ମୂଲ୍ୟାଙ୍କନ ହେବ। କୂଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ।
କନ୍ୟା : ଭାଗ୍ୟଶାଳୀ ହେବେ। ଭୋଗବିଳାସରେ ଦିନଟି ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମକାର୍ଯ୍ୟ ପ୍ରତି ମନ ବଳାଇବେ। ସାହାସୀ ହୋଇପାରନ୍ତି।
ତୁଳା : ଆଜି ବ୍ୟବସାୟ ଲାଭଜନକ ହେବ। ଚନ୍ଦ୍ର ଯୋଗୁ ସତର୍କ ହେବେ। ହଜିଯାଇଥିବା ଦ୍ରବ୍ୟ ଫେରିପାଇବେ। ଭୋଜନରେ ତୃପ୍ତି ମିଳିପାରେ। ସ୍ୱାଭୀମାନି ହୋଇପାରନ୍ତି। ଶାରୀରିକ ଦୁର୍ବଳ ଅନୁଭବ କରିବେ।
ବିଛା : ବନ୍ଧୁ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତି ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି।
ଧନୁ : ପରିସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ହେବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହାନି ହୋଇପାରେ।
ମକର : ଭାତୃବିବାଦରେ ଛନ୍ଦି ହୋଇପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ। ଚଂଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି।
କୁମ୍ଭ : କାର୍ଯ୍ୟରେ ସଫଳ ରୂପାୟନ କରିପାରନ୍ତି। ଉଦାର ପ୍ରକୃତିର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଜ୍ଞାନୀ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ବୁଦ୍ଧିମାନ ହେବେ।
ମୀନ : ଆୟ ଆଶା ରୂପକ ହେବ। ପରିଶ୍ରମର ମୂଲ୍ୟ ମିଳିବ। ମନ ସ୍ଥିର ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା ଜନିତ ପୀଡ଼ା ଉପୁଜିପାରେ। ପ୍ରେମୀ ଓ ସାହାସୀ ହେବେ।